୫୩ ତମ ଆନ୍ତଃ ମହାବିଦ୍ୟାଳୟ କବାଡ଼ି ଟୁର୍ଣ୍ଣାମେଣ୍ଟ ପିପୁଲସ କଲେଜ ଟିମ୍ ଚମ୍ପିୟାନ

ବୁଗୁଡା,(ଅନିଲ କୁମାର ମହାରଣା) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ୫୩ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା ଅକ୍ଟୋବର ୨୯ ତାରିଖ ଦିନ ବୁଗୁଡା ପିପୁଲସ କଲେଜ ଆନୁକୂଲ୍ୟରେ କଲେଜ ଖେଳ ପଡ଼ିଆରେ ଆରମ୍ଭ ହୋଇଥିଲା। ଏହି ପୁରୁଷ କବାଡ଼ି ଟୁର୍ଣ୍ଣାମେଣ୍ଟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ କଲେଜର ୨୭ ଗୋଟି ଟିମ ଯୋଗଦେଇଥିଲେ। ୩୦ ତାରିଖ ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚ ବୁଗୁଡା ପିପୁଲସ କଲେଜ ଟିମ୍ ଓ କେନ୍ଦୁପଦର ଏନ.ବି.ସି. କଲେଜ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁପଦର କଲେଜ ଟିମକୁ ହରାଇ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇଥିଲା। ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ବୁଗୁଡା ପିପୁଲସ କଲେଜ ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ଡକ୍ଟର ସାରଦା ପ୍ରସାଦ ସାହୁ ଓ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇ ବୁଗୁଡା ପିପୁଲସ କଲେଜ ଟିମ୍ କୁ ଉଇନର କପ୍ ଓ କେନ୍ଦୁପଦର ଏନବିସି କଲେଜ ଟିମ୍ କୁ ରନର୍ସ କପ୍ ପ୍ରଦାନ କରିଥିଲେ। କଲେଜ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁଶାନ କୁମାର ସାହୁ କବାଡ଼ି ପ୍ରତିଯୋଗିତାର ସାଂଗଠନିକ ଦାୟିତ୍ୱ ସମ୍ପନ୍ନ କରିଥିବା ବେଳେ କ୍ରୀଡା ଅଧ୍ୟାପକ କ୍ରୀଷ୍ଣା ରାଓ ପାତ୍ର ଓ ଏମ ଏସ ଦୋରା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ