୫୫ନଂ ଜୋନ ସ୍ତରୀୟ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଗୋପାଳପୁର, (ରମେଶ ସାହୁ):ବୁଧବାର ଅପରାହ୍ନରେ ମାଣ୍ଡିଆପଲ୍ଲୀ ଛକ ନିକଟସ୍ଥ ଡିଫେନସ କଲୋନୀ ଠାରେ ୫୫ନଂ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବିଜେଡି ନିର୍ବାଚନ କାର୍ଯ୍ୟଳୟ ଠାରେ ସମାଜସେଵୀ ତଥା ଯୁବ ନେତା ଏମ. ଶିବ ପାତ୍ରଙ୍କ ନେତୃତ୍ୱରେ ବିଜେଡି ଦଳ ପକ୍ଷରୁ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏହି କର୍ମୀସମିଳନୀରେ ୫୫ନଂ ଜୋନ ଅନ୍ତର୍ଗତ ସମସ୍ତ ନ ଗୋଟି ପଞ୍ଚାୟତର ବିଜେଡି ସମର୍ଥିତ ସମସ୍ତ ସମିତି ସଭ୍ୟ, ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ପାର୍ଥିଙ୍କ ସମେତ ବିଜେଡି କର୍ମୀ ଓ ଗ୍ରାମର ସଭାପତି ମାନେ ଉପସ୍ଥିତ ଥିଲେ,ଏଇ ସଭାରେ ସିଏଚ. ଭରତ ପାତ୍ର, ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀ ରେଡ୍ଡୀ, ଯୁବ ବିଜେଡି ଗଞ୍ଜାମ ସଭାପତି ଭବାନୀ ସାହୁ, ବ୍ଲକ ବିଜେଡି ସଭାପତି ଅଜିତ ଦାସ, କାମରାଜୂ ସେଠି, ସମାଜସେଵୀ ଅଜୁ ନାହାକ, ବ୍ଲକ ଯୁବ ସଭାପତି ବିନୋଦ ମାହାଙ୍କୁଡ, ବ୍ଲକ ଛାତ୍ର ବିଜେଡି ସଭାପତି ମିଳେନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସିଏଚ. ବିକି, ଜିଲ୍ଲା ବିଜେଡି ସମ୍ପାଦକ ପ୍ରକାଶ ଖଟୁଆ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଲଲାଟ କୁମାର ଗୌଡ଼ଙ୍କ ସମେତ ବହୁ ବିଜେଡି କର୍ମି ଉପସ୍ଥିତ ଥିଲେ, ସମସ୍ତ କାର୍ଯ୍ୟକ୍ରମକୁ ଗୋପାଳପୁରର ବରିଷ୍ଠ ବିଜେଡି ନେତା ଏମ. ରାମହରି ପାତ୍ର ପରିଚାଳନା କରିଥିବା ବେଳେ ବିଜେଡି ସମର୍ଥିତ ସମସ୍ତ ପାର୍ଥିଙ୍କୁ ବିଜୟୀ କରାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ହାତ ମୁଠାକୁ ମଜବୁତ କରିବାକୁ ନିବେଦନ କରିଥିଲେ,