‘୫୫’ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଉଦ୍ଧାର ଫାଉଁଣ୍ଡେସନ ସଂଗଠନ ତରଫରୁ ଆଜି ଚୈାଦ୍ବାର ଗ୍ରସ୍ଥ ରେ ଆସିଥିବା ମାନ୍ୟବର କ୍ଷୁଦ୍ରଶିଳ୍ପ ଏବଂ ପଶୁ ସମ୍ପଦ ବିଭାଗ ର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ହେତୁ ଏହାର ତ୍ବରାନ୍ବିତ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରାଗଲା। ଆଜକୁ ଦୁଇବର୍ଷ ହେବ ଗାୟତ୍ରୀ ଠିକାଦାର କମ୍ପାନୀ ଦ୍ବାରା ମଙ୍ଗୁଳି ଠାରୁ ଦେବୀନଗର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ମୂଳକ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ। ଯାହା ଫଳରେ ଏହି ମାସକ ମଧ୍ୟରେ ଗାଡି ଦୁର୍ଘଟଣାରେ ପାଞ୍ଚଟି ନିରୀହ ଜୀବନ ଚାଲିଗଲାଣି ।ଏହା ସହିତ ରାସ୍ତା ପାର୍ଶ୍ବରେ ମୁଖ୍ୟ ବଜାରରେ ପ୍ରାୟ ୧୫,୦୦ ବ୍ୟବସାୟୀ ନିଜର ଜୀବିକା ହରାଇ ବସିଛନ୍ତି। ସେମାନଙ୍କ ମଧ୍ୟରୁ ରୋଜଗାର ଅଭାବରୁ ରୋଗରେ ଆକ୍ରାନ୍ତ ହୋଇ କିଛି ମୃତ୍ୟୁ ବରଣ କରିଥିବା ବେଳେ କିଛି ଆତ୍ମହତ୍ୟା ବାଟ ବାଛିନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚୈାଦ୍ବାର ସହରର ବୃହତ୍ତର ସ୍ବାର୍ଥ ଦୃଷ୍ଟି କୋଣରୁ ଜାତୀୟ ରାଜପଥ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଏହି ଦାବୀପତ୍ର ମାଧ୍ୟମରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଙ୍କୁ ଅନୁରୋଧ କରାଗଲା। ସେ ମଧ୍ୟ ଏହା ଉପରେ ଗୁରୁତ୍ବ ଦେବେବୋଲି ପ୍ରତିଶୃତି ପ୍ରଦାନ କଲେ। ଉକ୍ତ କାର୍ଯ୍ୟରେ ସଂଗଠନ ର ସଭାପତି- ଶ୍ରୀଯୁକ୍ତ ନରୋତ୍ତମ ଦାସ, ଉପସଭାପତି – ପଦ୍ମପାଦ ସାହୁ, ଦିଲ୍ଲୀପ୍ ସାହୁ, କୋଷାଧ୍ୟକ୍ଷ -ସଂଜୟ ମିଶ୍ର, ସଦସ୍ୟ ଆଲୋକ ସିଂ, ମହେଶ ବେଉରା, ବିକ୍ରମ ଜେନା, ଆଶିଷ ମହାପାତ୍ର, ରାକେଶ ସାହୁ, ସୁରଜ ଦାସ ଏବଂ ବିକାଶ ସେଠି ପ୍ରମୁଖ ଯୋଗଦେଇଥିଲେ ।


