୫୭ତମ ଖଣି ସୁରକ୍ଷା ସପ୍ତାହ ପାଳନ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର କେନ୍ଦ୍ରୀୟ ଖେଳ ପଡିଆଠାରେ ବହୁ ଆଡମ୍ବରରେ ୫୭୦ତମ ଖଣି ସୁରକ୍ଷା ସପ୍ତାହ ଉତ୍ସବ ରବିବାର ପୂର୍ବାହ୍ନ ୧୧ ଘଟିକାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ୫୭ତମ ଖଣି ସୁରକ୍ଷା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଚାଇଁବସା ରିଜିଅନର ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫଟି ମୁଖ୍ୟ ଆର. ସୁବ୍ରମଣ୍ୟମ, ଡେପୁଟି ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫଟି ଦିନେଶ କୁମାର ସାହୁ , ଚାଇଁବସା ପ୍ରଖଣ୍ଡର ଖଣି ସୁରକ୍ଷା ନିର୍ଦ୍ଦେଶକ ତଥା ଖଣିସୁରକ୍ଷା ସପ୍ତାହ ପାଳନ କମିଟି-୨୦୧୯ ର ଚେୟାରମ୍ୟାନ ଆଲତାଫ ହୁସେନ ଆନସାରୀ, ରାଚିଂର ଖଣି ସୁରକ୍ଷା ନିର୍ଦ୍ଦେଶକ ସୁପ୍ରୀୟ ଚକ୍ରବର୍ତି ଓ ଖଣି ଲିଜଧାରୀ ଦିପ୍ତି ରଂଜନ ପଟ୍ଟନାୟକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ସମାରୋହରେ ଝାଡଖଣ୍ଡ ରାଜ୍ୟର ଚାଇଁବସା ଭୂଭାଗ ଅଂଚଳର ଖଣି ଗୁଡିକ ସାମିଲ ହୋଇଥିଲେ । ଖଣି ସୁରକ୍ଷା କ୍ଷେତ୍ରରେ ବହୁ ଖଣି କମ୍ପାନୀ ଗୁଡିକୁ ପୁରସ୍କୃତ କରାଯାଇଥିଲା । ରବିବାର ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ସୁ୍ବ୍ରମଣ୍ୟମ ତାଙ୍କ ଭାଷଣରେ କହିଥିଲେ ଯେ, ଝାଡଖଣ୍ଡ ରାଜ୍ୟର ନୂଆମୁଣ୍ଡି ଅଂଚଳରୁ ଯୋଡା ଖଣି ଅଂଚଳକୁ ଆସିଲାବେଳେ ସେ କୁହୁଡି ଦେଖିଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ, ଏହା କୁହୁଡି ନୁହେଁ, ଧୂଳି । ଯାହାକି ସେ ପରୋକ୍ଷରେ ସ୍ୱୀକାର କରିଥିଲେ , ଖଣି ଅଂଚଳରେ ପ୍ରଦୂଷଣର ମାତ୍ରା ଅଧିକ । ଶେଷରେ ଖଣି ସଭା ପରେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଖଣିସୁରକ୍ଷା ସପ୍ତାହ ପାଳନ କମିଟି-୨୦୧୯ ର ସଂପାଦକ ଅନୁରାଗ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


