୫୯ତମ ଗୁରୁ ଭକ୍ତ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦେର ଦାସ ଙ୍କ ତତ୍ୱାବଧାନ ରେ ୫୯ତମ ରାଜ୍ୟସ୍ତରୀୟ ବାର୍ଷିକୀ ଗୁରୁ ଭକ୍ତ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେ ଓଡ଼ିଶା ରେ ଥିବା ସମସ୍ତ ସେବିକା ଓ ସେବକ ,ଭକ୍ତ,ଶ୍ରଦ୍ଧାଳୁ ଏକତ୍ରୀତ ହୋଇ ଶ୍ରୀ ଗୁରୁଦେବ ଙ୍କୁ ଆସନ୍ନ ମନ୍ଦିରରେ ଷୋଡଶ ଉପଚାର ରେ ପୁଜାର୍ଚ୍ଚନା କରି,୨୦୨୫ମସିହା ଏପ୍ରିଲ ୩୦ତରିଖରୁ ଦୁଇ ଦିନ ବ୍ୟାପି ୫୯ତମ ରାଜ୍ୟ ସ୍ତରୀୟ ବାର୍ଷିକୀ ଗୁରୁଭକ୍ତ ସମ୍ମିଳନୀର ସଫଳତା ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ। ଉକ୍ତ ବୈଠକ ରେ ବାବାଜୀ ଚିତ୍ତ ବିନୋଦ ଦାସ,ବାବାଜୀ ଅକ୍ଷୟ କୁମାର ଦାସ,ବାବାଜୀ ବିବେକାନନ୍ଦ ଦାସ,ବାବାଜୀ ପୂର୍ଣା ନନ୍ଦ ଦାସ,ବାବାଜୀ ଆତ୍ମାକୃଷ୍ଣ ଦାସ,ଡାକ୍ତର ରତ୍ନାକର ମହାନ୍ତି,ମୀନକେତନ ଦାସ,ଦ୍ୱାରିକାନାଥ ସାହୁ,ନୀଳମଣି ସାହୁ,ବ୍ରଜବନ୍ଧୁ ସାହୁ,ପ୍ରୀତି ରଞ୍ଜନ ଦାସ,ଶ୍ରୀଚରଣ ସ୍ୱାଇଁ,ଲିଙ୍ଗରାଜ ଦଳେଇ,ରାଜକିଶୋର ସାହୁ,ପ୍ୟାରୀମୋହନ ସାହୁ,ସତ୍ୟବାଦୀ ଦାସ,ରମୟ ରାଉତ,ଶଶିକାନ୍ତ ଖୁଣ୍ଟିଆ,ବିନୋଦିନୀ ଦାସ,ଶକୁନ୍ତଳା ଦାଶ, ପ୍ରଭାତିଦାସ, ସବିତା ଦାସ,ଶ୍ୟଈବଲିନ ପରିଜା,ସୁଚେତା ଦାସ,ଝରଣା ସ୍ୱାଇଁ,କ୍ରିଷ୍ଣା ମହାନ୍ତି,ସୁରେଶ ରାହୁଲ,ମହେଶ ସାହୁ ପ୍ରମୁଖ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳା ର ସହିତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ।ଏହି ବୈଠକ ରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ।