୫ କୋଟି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମିଳିବ ବୃତ୍ତି

ନୂଆଦିଲ୍ଲୀ(ଏଜେନ୍ସି): ୫କୋଟି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୫ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଛାତ୍ର ବୃତ୍ତିି ପ୍ରଦାନ କରିବେ । ଦଶମ ପରୀକ୍ଷା ପୂର୍ବରୁ, ଦଶମ ପରୀକ୍ଷା ପରେ ଯୋଗ୍ୟତା ଭିତ୍ତିକ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏଥିରେ ୫ଠ% ବାଳିକା ରହିବେ । କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅ ।ବସ ନକ୍ଭୀ ମଙ୍ଗଳବାରରେ ଏହି ସୂଚନା ଦେଇଛନ୍ତି । ମୌଲାନା ଆଜାଦ ଶିକ୍ଷା ସ୍ଥାନର ୬୫ ତମ ସାଧାରଣ ବୈଠକ ଓ ୧୧୨ ତମ ପ୍ରଶାସନିକ ବୈଠକରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ବିଶେଷକରି ସମସ୍ତ ବର୍ଗର ଲୋକଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି । ତାଙ୍କ କହିବାନୁସାରେ ଅଳ୍ପସଂଖ୍ୟକ ବର୍ଗର ଯେଉଁ ନେ ଅଧାରୁ ପାଠ ଛାଡି ଦେଇଛନ୍ତି ସେମାନଙ୍କୁ ପାଠ ପଢିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ମଦ୍ରାସାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ସାରା ଦେଶରେ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ ଓ କମ୍ପ୍ୟୁଟର ବିଷୟରେ ତାଲିମ ଦିଆଯିବ । ଅଳ୍ପସଂଖ୍ୟକ ବିଶେଷତଃ ଝିଅମାନଙ୍କୁ ଶିକ୍ଷା, ନିଯୁକ୍ତି ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ବୈଷୟିକ ର ବିକାଶ ପାଇଁ ଆଇଟିଅ ।ଇ୍, ପଲିଟେକ୍ନିକ୍, ଛାତ୍ରୀନିବାସ, ଗୁରୁକୂଳ ତିଆରି କରାଯାଉଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମରେ ଅନେକ ଶିକ୍ଷାନୁଷ୍ଠାନ ତିଅ ।ରି କରାଯାଉଥିବା କେନ୍ଦ୍ର ନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ