୫ ଜୁଆଡ଼ି ଗିରଫ, ୪୩୦୦ଟଙ୍କା ଓ ମୋବାଇଲ ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଭୟ ଲାଗି ରହିଛି । କରେନାକୁ ମୁକାବିଲା କରିବା ଲାଗି ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ସାମାଜିକ ଦୂରତ୍ୱ ରକ୍ଷା କରିବା, ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ବିନା କାରଣରେ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯିବା ସହ ଓ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତକୁ ଧୋଇବାେ ଲାଗି ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣାକୁ ଅବମାନନା କରି ସେମାବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମରେ କିଛି ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ହିଞ୍ଜିଳି ପୁଲିସ ଅର୍ତକିତ ଚଢାଉ କରିଛି । ଚଢାଉ ସମୟରେ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ ହଜାର ୩ଶହ ଟଙ୍କା ଓ ମୋବାଇଲ ଜବତ କରିଛି । ଗିରଫ ଜୁଆଡ଼ି ମାନେ ହେଲେ ସିକିରି ଗ୍ରାମର ନାରାୟଣ ରାଉତ, ବୁଲୁ ଦଳାଇ, ମୁନା ନାହାକ, ମନୋଜ ନାହାକ ଓ କୃଷ୍ଣ ପ୍ରଧାନ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୩୪/୨୦ରେ ଏକ ମାମଲା ରୁଜୁ କରାଯାଇଛି । ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଏସଆଇ ବାସୁଦେବ ଭୋଇ, ଏଏସଆଇ ସୁରଥ ଭୁୟାଁ, ପ୍ରକାଶ ବେହେରା, ବସନ୍ତ ଉପାଧ୍ୟୟ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ ।


