୫-ଟି ଜରିଆରେ ରୂପାନ୍ତରିତ ୫୦ଟି ହାଇସ୍କୁଲ ଲୋକାର୍ପିତ

ଛତ୍ରପୁର, (ଦେବଦତ୍ତ ମହାରଣା): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ହିଞ୍ଜିଳି ବ୍ଲକ୍ ରେ 5ଟି ଜରିଆରେ ରୂପାନ୍ତରିତ ହୋଇଥିବା 50 ଟି ହାଇସ୍କୁଲକୁ 5 ଗୋଟି ପର୍ଯ୍ୟାୟରେ ଲୋକାର୍ପିତ କରିଛନ୍ତି ।ଏଠାରେ ପ୍ରକାଶ ଥାଉକି ଅଗଷ୍ଟ 21 ତାରିଖ ଠାରୁ 5 ଗୋଟି ପର୍ଯ୍ୟାୟରେ ହିଞ୍ଜିଳିକାଟୁ ଏବଂ ଶେରଗଡ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଥିବା ସ୍କୁଲକୁ ରୂପାନ୍ତରିତ କରାଯାଇ ବିଦ୍ୟାର୍ଥିଙ୍କ ସର୍ବାଙ୍ଗିନ ଓ ସାମୁହିକ ବିକାଶ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ କଳ୍ପନାକୁ ବାସ୍ତବ ରୂପ ଦିଆଯାଇଛି ।ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍ ରେ କରାଯାଇଥିବା ଏହି ରୂପାନ୍ତରିତ ପ୍ରକଳ୍ପ ରାଜ୍ୟର ସମସ୍ତ ଜିଲ୍ଲାରେ ଏବଂ ଗଞ୍ଜାମ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍ ରେ କାର୍ଯ୍ୟକାରୀ କରାଯିବ । ରୂପାନ୍ତରିତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍ କୁ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କର ଗସ୍ତ ଥିଲା । ସେମାନେ ଏହି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ପରଖିବା ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ନୂତନ ଉନ୍ନୟନ କାର୍ଯ୍ୟ ଗୁଡିକ ପରିବର୍ତ୍ତନ କରି ସେମାନଙ୍କର ମତାମତ ଉପସ୍ଥାପନ ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ସକାଶେ ପ୍ରଶଂସା କରିଥିଲେ ।
ମନ୍ତ୍ରୀ ଓ ବିଧାୟକ ଗଣ ହିଞ୍ଜିଳିକାଟୁ ପୌର ପରିଷଦ ଅଞ୍ଚଳରେ ନେତାଜୀ ପାର୍କ ଓ୍ବାର୍ଡ ନଂ-6 ର ଆଦର୍ଶ କଲୋନୀ, ଇଣ୍ଡୋର ଷ୍ଟାଡିୟମ୍, ବସ୍ ଷ୍ଟାଣ୍ଡ, ଜନ ସାଧାରଣଙ୍କ ଉପଯୋଗିତା ଗୃହ, ଅଣୁ ଖେତ କେନ୍ଦ୍ର, ସାମଗ୍ରୀ ପୁନରୁଦ୍ଧାର ସୁବିଧା, ଉପଖଣ୍ଡ ଚିକିତ୍ସାଳୟ ପୋଚିଲିମା ଗ୍ରାମ ପଞ୍ଚାୟତରେ ନବ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଗୋରୁ ଗୁହାଳ, ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର, ଅଣୁଖେତ କେନ୍ଦ୍ର, ସାମଗ୍ରୀ ପୁନରୁଦ୍ଧାର ସୁବିଧା, ଆଧୁନିକ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ମିଶନ୍ ଶକ୍ତି ଗୃହ, ସାରୁ ଗ୍ରାମ ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର, ଗ୍ରାମ ପଞ୍ଚାଯତ ଗୃହ ପ୍ରଭୃତି ଉନ୍ନୟନମୂଳକ କାର୍ଯ୍ୟ ଦେଖିଥିଲେ ।
ସୋମବାର ଶେଷ ପର୍ଯ୍ୟାୟରେ ଶେରଗଡ ବ୍ଲକ୍ ର ପାକିଡି ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଆଭାସୀ ଉଦ୍ଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଂଜୟ ଦାସ୍ ବର୍ମା, ସାଂସଦ ଡଃ ସସ୍ମିତ ପାତ୍ର, ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡାଏନ୍, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରାପୁଟ ବିଧାୟକ ରଘୁରାମ ପୋଦାଲ, ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂ, ମନ୍ତ୍ରୀ ଶ୍ରମ, ଗ୍ରାମ୍ୟ ଉନ୍ନୟନ ଓ ଇ.ଏସ୍.ଆଇ. ସୁଶାନ୍ତ ସିଂ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ପଟାଙ୍ଗୀ ବିଧାୟକ ପ୍ରୀତମ୍ ପାଢୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁ ଗାଁ ବିଧାୟକ ମନୋହର ରଣ୍ଢାରୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବରଗଡ ବିଧାୟକ ଦେବେଶ୍ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହ ପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବକା, ଭଦ୍ରଖ ସାଂସଦ ମଞ୍ଜୁଲତା ମଣ୍ଡଳ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟସଭା ସାଂସଦ ମମତା ମହାନ୍ତ, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ମହିଳା ଓ ଶିଶୁ ବିକାଶ ଓ ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତାମତ ଉପସ୍ଥାପନ କରିବା ସହିତ ଏଭଳି କାର୍ଯ୍ୟ ଯୋଗୁଁ ଶିକ୍ଷାରେ ଉତ୍ତମ ଯୁଗୋପଯୋଗୀ ତଥା ଅତ୍ୟାଧୁନିକ ହେବ ବୋଲି ଜଣାଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତ୍ତାତ୍ରେୟ ଭାଉ ସାହେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ