୫-ଟି ସଚିବଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ

ହାଟଡିହି, (ବିକାଶ ବିଶ୍ୱାଳ):୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ରତିକାନ୍ତ ରାଉତ । ଗତକାଲି ଭୁବନେଶ୍ୱରରେ ତାଙ୍କୁ ଭେଟିବା ସହ ବ୍ଲକ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ବଞ୍ଚୋ, ଅକରୁଆ ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବପଞ୍ଚିତ ହେଉଥିବାରୁ ବଞ୍ଚୋ ଠାରେ ଏକ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ସେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ହାଟଡିହି ବ୍ଲକ ଅଞ୍ଚଳରେ ତିନି ତିନୋଟି ଯୁକ୍ତ ତିନି କଲେଜ ଥିଲେ ମଧ୍ୟ ଯୁକ୍ତ-୩ ବିଜ୍ଞାନ ଶ୍ରେଣୀ ନଥିବାରୁ ଏ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଜ୍ଞାନ ପଢ଼ିବା ପାଇଁ ଦୁର ଦୁରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଥିବାରୁ ହାଟଡିହି କଲେଜରେ ଯୁକ୍ତ-୩ ବିଜ୍ଞାନ ଖୋଲିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ