୫-ଟି ସଚିବଙ୍କ ଗସ୍ତ ନେଇ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ସଭା ସାଂସଦ ଓ ଯାଜପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆସନ୍ତା ୨୫ ଠାରୁ ୨୭ ତାରିଖ ତିନିଦିନ ଧରି ଗଂଜାମ ଜିଲ୍ଲା ଗସ୍ତରେ ଆସିବେ । ଏହି ପରିପ୍ରେକ୍ଷୀ ରେ ଆସନ୍ତା ୨୭ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲାର ସଦରମହକୁମା ଛତ୍ରପୁର କୁ ଆସିବାର କାର୍ଯ୍ୟକ୍ରମ ରହିଛି । ଛତ୍ରପୁର ସ୍ଥିତ ଷ୍ଟାଡିୟମ ପରିସରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାର କାର୍ଯ୍ୟ ରହିଛି । ଏହା ସହିତ ମିଶନ ଶକ୍ତି ର ମା ମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏନେଇ ଗୁରୁବାର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ , ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ ଛତ୍ରପୁର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ସେଠାରେ ଆୟୋଜିତ ହେବାକୁ ଥିବା ସଭାସ୍ଥଳୀ କେଉଁ ସ୍ଥାନରେ କରାଯିବ , କଣ କଣ ସୁବିଧା ରହିବ , ଲୋକମାନେ କିପରୀ ସୁବିଧାରେ ନିଜ ନଜ ଅଭିଯୋଗ ଗୁଡିକ ଜଣାଇ ପାରିବେ ସେ ସମ୍ପର୍କ ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନ ବେଳେ ୨୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଏମ.ଧନଜଂୟ ରେଡ୍ଡୀ, ଛତ୍ରପୁରଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର,କେ.ରମେଶ, ପ୍ରିତୀଛନ୍ଦା ସାମଲ, ସନ୍ତୋଷୀ ସେଠୀ, ବି.ନିଶ୍ଚଳା,ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ , ଛତ୍ରପୁର ନଗର ସଭାପତି ବି.ରାଜୁବାବୁ , ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବନେତା ବିମଳ କୁମାର ପଣ୍ଡା, ଛତ୍ରପୁର ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, କିଶୋର ବେହେରା, ମିଟୁ ବେହେରା, ଅଭିରାମ ପ୍ରଧାନ , ଟିକିନା ଗୈାଡ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ରାଜେଶ ସାହୁ ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ପୋଟ୍ଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଆଇନଜିବୀ ଏଲ.ଗୋପାଲ ରାଓ , ଭୈରବୀ କୁମାର ପଟ୍ଟନାୟକ , ସିମାଞ୍ଚଳ ମହାପାତ୍ର ଙ୍କ ସମେତ ବହୁ ବିଜେଡି ଦଳୀୟ ନେତା କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ