୫-ଟି ସଚିବଙ୍କ ଗ୍ରସ୍ତକୁ ନେଇ ପୁସ୍ତୁତି ବୈଠକ, ସାମ୍ବାଦିକଙ୍କୁ ପ୍ରସ୍ତୁତି ବୈଠକକୁ ବାରଣ କଲେ ବିଡିଓ
ମୋହନା, (ଅଂଶୁମାନ ପଣ୍ଡା):ମଙ୍ଗଳବାର ଦିନ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ୨ ଦିନିଆ ଗଜପତି ଜିଲ୍ଲାର ମୋହନା ଓ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଅପରାହ୍ନ ୪ଟାରେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସଏସଡି) ମିନି ଷ୍ଟାଡିୟମଠାରେ ହେଲିକେପ୍ଟରରେ ଆସି ପହଞ୍ଚିବେ । ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହନା ବ୍ଲକକୁ ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନର ସଠିକ ବିନିଯୋଗ ସମ୍ପର୍କରେ ଆଲୋଚନା କରିବେ । ଏଣୁ ସୋମବାର ଦିନ ମଧ୍ୟାହ୍ନ ୨ଟା ୧୦ରେ ସଚିବଙ୍କ ଗ୍ରସ୍ତର ସଫଳ ରୂପାୟନ ପାଇଁ ଯୋଗାଣ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ହେଲିକେପ୍ଟର ଯୋଗେ ଆସି ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ।ସେ ହେଲିପ୍ୟାଡ ଓ ପୁସ୍ତୁତି କାର୍ଯ୍ୟକ୍ରମ ବୁଲି ଦେଖିବା ପରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ପହଞ୍ଚି ଉପସ୍ଥିତ ଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ସମ୍ପାଦକ ବିଜୁ ଜନତା ଦଳର ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ, ବ୍ଳକ ଅଧ୍ଯକ୍ଷ ରଞ୍ଜୀବ ଶବର, ବିଜେଡିର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ,ରାୟଗଡ ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ଓ କିଛି କର୍ମୀଙ୍କୁ ମୋହନା ନିର୍ବାଚନ ମଣ୍ଡଳୀରେ ଉନ୍ନତିମୂଳକ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ନିତ କରିବା, ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର ୟୁସି ଦାଖଲ କରିବା ଓ ବର୍ଷାଋତୁ ପୂର୍ବରୁ ନୂଆଁ ପ୍ରକଳ୍ଚକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଅପରପକ୍ଷେ ରବିବାର ଦିନ ମଧ୍ୟାହ୍ନ ସମୟରେ ବ୍ଲକ ସମିତି ସଭାଗୃହରେ ବିଡିଓ ଓ ସରକାରୀ କର୍ମଚାରୀମାନେ ୫-ଟି ସଚିବଙ୍କ ଗ୍ରସ୍ତକୁ ନେଇ ଚାଲିଥିବା ବୈଠକରେ ସାମ୍ବାଦିକମାନଙ୍କୁ ପ୍ରବେଶ କରିବା ଅନୁମତି ଦେଇନଥିଲେ କି ସଚିବଙ୍କ ଗ୍ରସ୍ତର ସୂଚନା ମଧ୍ୟ ଦେଇନଥିଲେ। ଯାହାଫଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।