୫ – ଟି ସଚିବଙ୍କ ସାନଖେମୁଣ୍ଡି ଗସ୍ତ ନେଇ ବିଜେଡିର ପ୍ରସ୍ତୁତି ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସରକାରଙ୍କ ୫ – ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଗସ୍ତ କରି ନିର୍ବାଚନମଣ୍ଡଳୀ ସ୍ତରରେ ଜନଶୁଣାଳି ଅଭିଯୋଗ ଗ୍ରହଣ ଏବଂ ଉନ୍ନୟନ ମୂଳକ ବିକାଶ ମୂଳକ କାର୍ଯ୍ୟ ଧାରାକୁ ପ୍ରଗତିଶୀଳ କରିବା ନେଇ ସ୍ବତନ୍ତ୍ର ପ୍ରକଳ୍ପ ଏବଂ ଅନୁଦାନ ଘୋଷଣା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସଚିବ ଶ୍ରୀ ପାଣ୍ଡିଆନ ଙ୍କ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳତା କରାଇବା ନେଇ ବ୍ଲକ ଶାସକ ବିଜେଡି ଦଳରେ ତତ୍ପରତା ଦେଖାଯାଇଛି । ସରକାରୀ ନିର୍ଦ୍ଧାରିତଏହି କାର୍ଯ୍ୟକ୍ରମ ଅବସରରେ ସଚିବ ଶ୍ରୀ ପଣ୍ଡିଆନଙ୍କ ସାନଖେମୁଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବା ନେଇ ଏକ ପ୍ରସ୍ତୁତି ବୈଠକ ଗୁରୁବାର ସନ୍ଧ୍ୟାରେ ପାଟପୁର ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ସାନଖେମୁଣ୍ଡିର ପାଇକ ରାମଚନ୍ଦ୍ରପୁରା ପଞ୍ଚାୟତର ଜଗନ୍ନାଥପୁର ଛକରେ ଆସନ୍ତା ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମାନ୍ୟବର ସଚିବ ପୂର୍ବାହ୍ନ ୧୧ ଟା ସମୟରେ ଯୋଗଦେବେ ବୋଲି ସ୍ଥିର ହୋଇଛି।। କାର୍ଯ୍ୟକ୍ରମକୁ ସଫଳ କରାଇବା ନେଇ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ବିଜେଡି ପକ୍ଷରୁ ବହୁ ପଞ୍ଚାୟତ ଜନପ୍ରତିନିଧି ଏବଂ ଦଳୀୟ ସଂଗଠକ ଯୋଗଦେଇଥିଲେ । ବ୍ଲକ୍ ଅଧୀନରେ ଥିବା ୨୬ ଗୋଟି ପଞ୍ଚାୟତ ରେ ରହିଥିବା ମୁଖ୍ୟ ସମସ୍ୟାର ସମାଧାନ ଏବଂ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ , କୃଷି ଓ କୃଷକଙ୍କ ବିକାଶ ସହିତ ଜଳସେଚନ ମନ୍ଦିରର ସୋନ୍ଦର୍ଯ୍ୟ କାରଣ ,ପାନୀୟ ଜଳ ସମସ୍ୟା , ସାନଖେମୁଣ୍ଡି ପାଇଁ ଉଦ୍ଧିଷ୍ଟ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ସେଟେଲମେଣ୍ଟ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଆଦି ସମସ୍ୟାକୁ ନେଇ ୫ – ଟି ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଆଲୋଚନା କରିବାକୁ ସମ୍ମତି ନିଆଯାଇଥିଲା । ଏହାସହିତ ପଞ୍ଚାୟତ ସ୍ତରରୁ ଆସୁଥିବା ହିତାଧିକାରୀ ଜନସାଧାରଣଙ୍କୁ ଉପଯୁକ୍ତ ସୁବିଧା ସହ ସମାବେଶ ସ୍ଥଳରେ ପହଞ୍ଚାଇବାକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ସିମଞ୍ଚଳ ପାତ୍ରଙ୍କ ସହ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ , ସହଦେବ ପ୍ରଧାନ , ସନ୍ତୋଷ ବିଷୋୟୀ , ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ବିଜୟ ପ୍ରଧାନ ରାଜୀବ ପାତ୍ର ଧୋବା ପ୍ରଧାନ ଟୁକୁନା ରଥ ବିଜୟ ଗୌଡ଼, କୈଳାସ ପାତ୍ର, ଜାଗିଲୀ ସେଠୀ ମାଧାବ ଦୋରା କାଳୁ ଚରଣ ଭୂଆଁ ପ୍ରମୁଖଙ୍କ ସହ ବହୁ କର୍ମୀ ଓ ସଂଗଠକ ବୈଠକରେ ଉପସ୍ଥିତ ଆଲୋଚନାରେ ଭାଗ ନେଇଥିଲେ।