୫-ଟି ସଚିବ ଅର୍ଥ ପାଞ୍ଚଜଣ ତାମିଲଙ୍କ ଶାସନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ପାଞ୍ଚଜଣିଆ ତାମିଲ ଗ୍ୟାଙ୍ଗ ଅପାରଗ, ନିଷ୍କ୍ରିୟ, ନିକମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସହାୟତାର ସୁଯୋଗ ନେଇ ଓଡ଼ିଶା ଶାସନ ମାଡ଼ି ବସିଛନ୍ତି ଏବଂ ଆଗାମୀ ୫ (ପାଞ୍ଚ) ବର୍ଷ ପାଇଁ ଦଖଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ନବୀନ ପଟ୍ଟନାୟକ ଜଣେ ନେତୃତ୍ୱହୀନ ବ୍ୟକ୍ତି ବୋଲି ତାଙ୍କର ଭାଇ (ନବୀନଙ୍କ ପିଉସୀ ପୁଅ) ଅଜିତ ମହାହାପାତ୍ର କହିଥିଲେ ଯେ, ୫ (ପାଞ୍ଚ) ଜଣ ତାମିଲ ଗ୍ୟଙ୍ଗର ମୁଖ୍ୟ ସାଜିଛନ୍ତି କନିଷ୍ଠ ଆଇ.ଏ.ଏସ୍ ଅଫିସର ଭି. କେ ପାଣ୍ଡିଆନ । ଭି.କେ ପାଣ୍ଡିଆନ ଜଣେ କେନ୍ଦ୍ର ସରକାରୀ ଅଫିସର ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରି ଆଉ ୪ (ଚାରି) ଜଣ ତାମିଲ ମାନଙ୍କ ସହାୟତାରେ ନବୀନ ପଟ୍ଟନାୟକଙ୍କୁ କରାୟତ କରିଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦି ଇଣ୍ଡିଆ ମେଣ୍ଟର ମିଳିତ ଆକ୍ରମଣରେ ଭୟଭୀତ ହୋଇ ତାଙ୍କର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଠାଇ ନବୀନ ପଟ୍ଟନାୟକଙ୍କ ପାଖରେ ଶରଣ ପଶିଛନ୍ତି । ଯୋ ଡରଗେୟା, ଓ ମର୍ଗେୟା । ତେଣୁ ବର୍ତ୍ତମାନ ଓଡ଼ିଶା ଦଖଲ ପାଇଁ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଅସାଧୁ ମେଣ୍ଟ କାର୍ଯ୍ୟ କରୁଛି । ଉଭୟ ବିଜେପି ମେଣ୍ଟ ଏବଂ ଇଣ୍ଡିଆ ମେଣ୍ଟ ସମସ୍ତେ ଲଲିପପ୍ ଦେଖା ରାଜନୀତି କରୁଛନ୍ତି । ଭି.କେ ପାଣ୍ଡିଆନ ଜଣେ କେନ୍ଦ୍ର ସରକାରୀ ଅଫିସର ହୋଇଥିବା ବେଳେ ଓଡ଼ିଶାରେ ବିଜୁ ଜନତା ଦଳର ସଂଗଠନ କରି ଚାଲିଛନ୍ତି । ସର୍ବସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ସାଧାରଣ ସଭାରେ ଭାଷଣ ଦେଉଛନ୍ତି, ଏଥିରୁ ଜଣାପଡୁଛି ନବୀନ ପଟ୍ଟନାୟକ ମୁଷ୍ଟିମେୟ ୫ (ପାଞ୍ଚ) ଜଣ ତାମିଲଙ୍କୁ ଏକଛତ୍ରବାଦ କ୍ଷମତା ଦେଇ ସରକାରରେ ରହିଛନ୍ତି । ନରେନ୍ଦ୍ର ମୋଦି ଓ ଅମିତ ଶାହା ତାଙ୍କୁ ସହଯୋଗ କରୁଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅନୁସନ୍ଧାନ କରି ରିପୋର୍ଟ ଦେବା ଆବଶ୍ୟକ । ଭି.କେ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ । ସାରା ଓଡ଼ିଶାରେ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିବା ପାଇଁ ଲୋକମତ ତେଜି ଉଠିଲାଣି । ୨୦୦୦ ମସିହାରୁ ୨୦୨୪ ଯାଏ ନବୀନ ପଟ୍ଟନାୟକ ସରକାରୀ କଳର ଅପବ୍ୟବହାର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ଜଳ ଜଳ ଦେଖାଯାଉଛି । ତେଣୁ ୨୦୦୦ରୁ ୨୦୨୪ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଆଇନ ବୋଲି ଘୋଷଣା କରାଯାଉ । ଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀମଣ୍ଡଳର ମୁଖ୍ୟ । ମନ୍ତ୍ରୀମଣ୍ଡଳ ଓ ବିଧାନସଭାକୁ ଅକାମୀ କରି ଜଣେ କନିଷ୍ଠ ସରକାରୀ ଅଫିସରଙ୍କୁ ଅଖଣ୍ଡ କ୍ଷମତା ଦେବାର କ୍ଷମତା ବା ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଓଡ଼ିଶାର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଆଗେଇ ଆସି ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ-ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଅସାଧୁ ମେଣ୍ଟକୁ ହଟାଇ ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ୱାନ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଇତିହାସ କ୍ଷମା ଦେବ ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାର କଳାପାହାଡ଼ ବୋଲି ସର୍ବସାଧାରଣରେ ଆଲୋଚନା ହେଲାଣି ।


