୫ ଦଫା ଦାବିରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା ତୃତୀୟ ଦିନରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କନିଷ୍ଠ ଶିକ୍ଷକମାନଙ୍କୁ ୨୮୦୦ ଟଙ୍କା ଗ୍ରେଡ଼ପେ ଦେଇ ନିୟମିତ କରିବା, ୨୦୧୯ ମସିହା ଏଲିମେଣ୍ଟାରୀ କ୍ୟାଡ଼ର ରୁଲରେ ମାଟ୍ରିକ ସିଟି ପଦବୀକୁ ଉଚ୍ଛେଦ କରି +୨ ସିଟି / ଗ୍ରାଜୁଏଟ ସିଟି ବା ବିଏଡ଼ କରିବା, ୨୦୧୨ ମସିହାଠାରୁ ନିଯୁକ୍ତ ଏଲିମେଣ୍ଟାରୀ ଶିକ୍ଷକ (ଓଟିଇଟି)ମାନଙ୍କୁ ୬ଟି ଇନ୍କ୍ରିମେଣ୍ଟ ଦେଇ ଚାକିରୀକାଳ ଗଣନା କରିବା ସହିତ ୨୦୦୧ ମସିହାଠାରୁ ନିଯୁକ୍ତ ଶିକ୍ଷକମାନଙ୍କୁ ଦରମା ସୁରକ୍ଷା ପ୍ରଦାନ କରିବା, ଏଲିମେଣ୍ଟାରୀ ବିଦ୍ୟାଳୟରେ କାର୍ଯ୍ୟରତ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ (ବି.ଏଡ୍, ଏମ୍.ଏଡ୍) ମାନଙ୍କୁ ବିଭାଗୀୟ ପରୀକ୍ଷା ଜରିଆରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ପଦୋନ୍ନତି କିରବା ଏବଂ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ବଦଳି ନୀତିକୁ କୋହଳ କରିବା ଆଦି ୫ ଦଫା ଦାବି ନେଇ ଏଲିମେଣ୍ଟାରୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଧାରଣା ତୃତୀୟ ଦିନରେ ପହଞ୍ôଚଛି । ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ଶିକ୍ଷୟିତ୍ରୀଶିକ୍ଷକ ଜ୍ୟେଷ୍ଠମାସର ରୌଦ୍ରତାପକୁ ଖାତିର ନକରି ନିଜର ନ୍ୟାୟୋଚିିତ ଦାବିରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି । ସାରା ବିଶ୍ୱ ମାତୃଦିବସ ପାଳନରେ ବିଭୋର ଥିବାବେଳେ ଏଲିମେଣ୍ଟାରୀ ଶିକ୍ଷୟିତ୍ରୀଶିକ୍ଷକମାନେ ନିଜର ପିଲା ଓ ପରିବାର ଠାରୁ ବହୁ ଦୂରରେ ରହି ରାଜଧାନୀ ରାଜରାସ୍ତାରେ ବସିି ନିଜର ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି । ମହାସଂଘର ଆବାହକ ପ୍ରବୀଣ କୁମାର ଦାସ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟିରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ଥାୟୀ ନିଯୁକ୍ତିର ମାନ୍ୟତା ପାଇଥିବା ବେଳେ ଏଥିରୁ ଏଲିମେଣ୍ଟାରୀ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉପେକ୍ଷିତ କରିବା ମହାସଂଘକୁ ଗଭୀର ଆଘାତ ଦେଇଛି । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ମହାସଂଘର ଦାବୀ ପ୍ରତି କର୍ଣ୍ଣପାତ କରିନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।ତୃତୀୟ ଦିନ ଧାରଣାରେ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ, ଜିତେନ୍ଦ୍ର କୁମାର ନାୟକ, ସଲିଳ କୁମାର ପଟ୍ଟନାୟକ, ମାନସ କୁମାର ପାଢୀ, ପ୍ରିୟମ୍ବଦା ଆଚାର୍ଯ୍ୟ, ନିର୍ମଳା ମହାପାତ୍ର, ନାରାୟଣ ପଣ୍ଡା, ଯୁଧିଷ୍ଠିର ବେହେରା, ଜୟଶ୍ରୀ ନାୟକ, ଦାଶରଥୀ ନାୟକ, ବାସୁଦେବ ମଲିକ, ରଶ୍ମିତା ମହାନ୍ତି, ନିରଞ୍ଜନ ରାଉତ, ଅସିତ କୁମାର ପଣ୍ଡା, ଗୁରୁଚରଣ ଦଣ୍ଡପାଟ, ଶୁଭସ୍ମିତା ଷଡ଼ଙ୍ଗୀ, ପାର୍ବତୀ ମଲ୍ଲିକ, ସୁବ୍ରତ କୁମାର ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ ।