୫ ଦଫା ଦାବି ନେଇ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା ଦ୍ୱିତୀୟ ଦିନରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ୫ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ôଚଛି । ଶିକ୍ଷକ ମହାସଂଘର ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରୀଷ୍ମାବକାଶକୁ ଜଳାଞ୍ଜଳି ଦେଇ ନିଜର ନ୍ୟାୟୋଚିିତ ଦାବିରେ ଦ୍ୱିତୀୟ ଦିନରେ ଧାରଣାରେ ବସିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୧୭ ମସିହା ନଭେମ୍ବର ମାସର ଶିକ୍ଷାଗତ ଯୋଗ୍ୟତା ଉତ୍ତୀର୍ଣ୍ଣକୁ ଆଧାର କରି ପ୍ରାଥମିକ ଶିକ୍ଷକମାନଙ୍କୁ ଏଣ୍ଟ୍ରି ଲେବୁଲରେ ଗ୍ରେଡ଼ ପେ ୨୮୦୦ ଟଙ୍କା ପ୍ରଦାନ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାର ଉପକୃତ ହେବାକୁ ଯୋଗ୍ୟ ବିବେଚନା କରି କନିଷ୍ଠ ଶିକ୍ଷକମାନଙ୍କୁ ଅବିଳମ୍ବେ ନିୟମିତ କରିବା, ଓଡ଼ିଶାର ନାଗରିକ ହିସାବରେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ଅଧିକାରୀ କାହିଁକି ଏଲିମେଣ୍ଟାରୀ ଶିକ୍ଷକ ନ ହୋଇପାରିବେ, ସେ କଥା ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସି ସରକାରଙ୍କୁ ପ୍ରଶ୍ନ କରିଛି ମହାସଂଘ ।ଦ୍ୱିତୀୟ ଦିନ ଧାରଣାରେ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ, ଜିତେନ୍ଦ୍ର କୁମାର ନାୟକ, ପ୍ରିୟତମା ଜେନା, ସଲିଳ କୁମାର ପଟ୍ଟନାୟକ, ମାନସ କୁମାର ପାଢୀ, ପ୍ରିୟମ୍ବଦା ଆଚାର୍ଯ୍ୟ, ନିର୍ମଳା ମହାପାତ୍ର, ନାରାୟଣ ପଣ୍ଡା, ଯୁଧିଷ୍ଠିର ବେହେରା, ଜୟଶ୍ରୀ ନାୟକ, ଦାଶରଥୀ ନାୟକ, ବିଜୟିନୀ ନନ୍ଦ, ବାସୁଦେବ ମଲିକ, ରଶ୍ମିତା ମହାନ୍ତି, ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ମହାସଂଘ ତରଫରୁ ଧାରଣା ଜାରି ରିହବ ବୋଲି ଆବାହକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।