୫ ଦଫା ଦାବି ନେଇ କାରାଗାରର କର୍ମଚାରୀ କଳା ବ୍ୟାଚ୍ ପିନ୍ଧିଲେ

ଚୌଦ୍ଵାର, (ଦୀପକ କୁମାର ବେଉରା):୫ ଦଫା ଦାବି ନେଇ ରାଜ୍ୟର ସମସ୍ତ ଜେଲର କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ହେଉଥିବା ବେଳେ ବେଳେ ଚୌଦ୍ଵାର ମଣ୍ଡଳ କାରଗାର ପକ୍ଷରୁ ସମସ୍ତ ଓ୍ବାର୍ଡ଼ର,ମୁଖ୍ୟ ୱାର୍ଡ଼ର ଏବଂ ଅନ୍ୟ କର୍ମଚାରୀମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ ଜଣାଇଥିବା ଜଣାପଡ଼ିଛି । ସୂଚନାଥାଉକି, ସଂଘର ୫ଦଫା ଦାବି ଯଥା ୱାର୍ଡ଼ରମାନଙ୍କ ଗ୍ରେଡ ପେ ୧୯୦୦ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି, ମୁଖ୍ୟ ୱାର୍ଡ଼ରଙ୍କ ଗ୍ରେଡ଼ ପେ ୨୦୦୦ ଟଙ୍କାରୁ ୨୪୦୦ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରିବା, ଉପଖଣ୍ଡସହରକୁ ବଦଳି ନିୟମକୁ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ଦାବିକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ପ୍ରତିଶ୍ରୁତି ଛଡ଼ା ଏହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ଦାବିକୁ ସମର୍ଥନ କରି ସର୍କଲ କମିଟି ସଭାପତି ଅଜିତ୍ ନାୟକ, ସଂପାଦକ ମନୋଜ କୁମାର ସେଠୀ, ଉପସଭାପତି ବିମଳକାନ୍ତ ଜେନା, କୋଷାଧ୍ୟକ୍ଷ ରାକେଶ କୁମାର କରଙ୍କ ସମେତ ଅନ୍ୟ କର୍ମଚାରୀମାନେ କଳବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ