୫ ଦିନ ପାଇଁ ସଟଡାଉନ ଘୋଷଣା କଲେ ବଡ଼ଖଣ୍ଡି ସରପଞ୍ଚ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣରେ ସାରା ରାଜ୍ୟରେ ଶୀର୍ଷ ସ୍ଥାନ ଛୁଇଁଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି କ୍ରମଶଃ ଜଟିଳ ହେବାର ଲାଗିଛି।ଦିନକୁ ଦିନପରିସ୍ଥିତି ଅସମ୍ଭାଳ ହେବା ଆଡକୁ ଗତି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଟଡାଉନ, କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରାଯାଇ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଆରମ୍ଭ ହୋଇଛି।ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା , ମାସ୍କ ପିନ୍ଧିବା ଓ ବିନା କାରଣରେ ଘରୁ ବାହାରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଓ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।ତଥାପି ଅଞ୍ଚଳରେ ସଂକ୍ରମଣକୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛନ୍ତି ହିଞ୍ଜିଳି ବ୍ଳକର ବଡ଼ଖଣ୍ଡି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ।ସମ୍ପୃକ୍ତ ପଞ୍ଚାୟତରେ ସଚେତନତା ଅଭିଯାନ ଜାରୀ ରହିଛି। ତଥାପି ସମରଝୋଳ ଛକ ବଜାର ଅଞ୍ଚଳରେ ସବୁବେଳେ ନିକଟବର୍ତ୍ତୀ ଗ୍ରାମର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହ ଛୋଟ ବଡ ଦୋକାନ ଗୁଡ଼ିକରେ ଲୋକଙ୍କ ପ୍ରବଳ ଗହଳି ଓ ଭିଡ ଲାଗିରହୁଥିଲା।ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଶୁକ୍ରବାର ଠାରୁ ୫ ଦିନ ସକାଶେ ସଟଡାଉନ ଘୋଷଣା କରିଛନ୍ତି। ହିଞ୍ଜିଳି ବ୍ଳକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଲିଖିତ ନିବେଦନ କରି ଆସନ୍ତା ୩୦ତାରିଖ ପର‌୍ୟ୍ୟନ୍ତ ଏହି ଘୋଷଣା ବଳବତ୍ତର ରହିବ ବୋଲି ସେ ପ୍ରକାଶ କରିଛନ୍ତି।ସଟ ଡାଉନ ଘୋଷଣା କରି ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ସେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି।ପ୍ରକାଶ ଥାଉ କି ଗତ କାଲି ସମ୍ପୃକ୍ତ ପଞ୍ଚାୟତରେ ଜଣେ ୪୪ ବର୍ଷ ବୟସ୍କ ଯୁବକଙ୍କ ହୃଦଘାତରେ ମୃତ୍ୟୁବରଣ ହୋଇଥିବା ଜଣାପଡ଼ିଛି।ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ