୫ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନଚା ଧାରୀ ହେବେ ଉପକୃତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା ଓ ସହାୟତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ । ଦର ବୃଦ୍ଧିକୁ ଭରଣା କରିବା ପାଇଁ ମୂଳ ଦରମା ଓ ଭତା ଉପରେ ବର୍ତମାନର ପ୍ରଚଳିତ ୧୨ ପ୍ରତିଶତ ମହଙ୍ଗା ଭତାକୁ ୫ ପ୍ରତିଶତ ବୃଦ୍ଧି କରାଯିବ । ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀ ଏହି ମହଙ୍ଗା ଭତା ବୃଦ୍ଧି ଲାଗୁ କରାଯାଇଛି । ଏହି ମହଙ୍ଗା ଭତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ ୨୦୧୯-୨୦ ଆର୍ଥିକ ବର୍ଷରେ (ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦, ୮ ମାସ ପର୍ଯ୍ୟନ୍ତ) ୧୫୯୦୯.୩୫ ଏବଂ ୧୦୬୦୬.୨୦ କୋଟି ଟଙ୍କାର ବୋଝ ପଡିବ । ଏହା ଲାଗୁ ହେବା ପରେ ପ୍ରାୟ ୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନ ଧାରୀ ଉପକୃତ ହେବେ । ଦର ବୃଦ୍ଧି ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କ ପାଇଁ ମହଙ୍ଗା ଭତା ଓ ସହାୟତା ରାଶି ପ୍ରଦାନ କରାଯାଇଥାଏ । ପ୍ରତି ବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରେ ମହଙ୍ଗା ଭତା ଓ ସହାୟତା ରାଶିକୁ ପୁନଃ ନିର୍ଦ୍ଧାରିତ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ