୫ ବର୍ଷରେ ୩ଥର ଷ୍ଟ୍ରାଇକ୍ ୨ଟାର ସୂଚନା ଦେବି, ୩ୟ ସମ୍ପର୍କରେ କହିବିନି

ମାଙ୍ଗାଲୁରୁ (ଏଜେନ୍ସି): ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋର୍ଟ ଅଞ୍ଚଳରେ କରାଯାଇଥିବା ଏୟାରଷ୍ଟ୍ରାଇକ୍କୁ ନେଇ ସମ୍ପ୍ରତି ଦେଶରେ ରାଜନୈତିକ ବାକ୍ଯୁଦ୍ଧ ଅବ୍ୟାହତ ରହିଥିବା ବେଳେ କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ବିସ୍ଫୋରକ ସୂଚନା ଦେଇଛନ୍ତି । କର୍ଣ୍ଣାଟକର ମାଙ୍ଗାଲୋରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ରାଜନାଥ କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ଭାରତୀୟ ସେନାବାହିନୀ ପକ୍ଷରୁ ୩ଥର ଷ୍ଟ୍ରାଇକ୍ କରାଯାଇଛି । ଦୁଇଟି ସମ୍ପର୍କରେ ସେ କହିପାରିବେ କିନ୍ତୁ ତୃତୀୟ ଷ୍ଟ୍ରାଇକ୍ ସମ୍ପର୍କରେ ସେ କିଛି ବି କହିବେନି । ତେବେ ରାଜନାଥଙ୍କ ଏପ୍ରକାର ବୟାନ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୁହଁରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ବିରୋଧରେ ଗତ ପାଞ୍ଚ ବର୍ଷ ଭିତରେ ଦୁଇ ଥର ଷ୍ଟ୍ରାଇକ୍ ହୋଇଛି । ପ୍ରଥମଟି ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ (୨ଠ୧୭ରେ ପାକିସ୍ତାନୀମାନେ କରିଥିବା ଉରି ଆକ୍ରମଣ ପରେ ପରେ) ଏବଂ ଦ୍ୱିତୀୟଟି ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର୍ ଷ୍ଟ୍ରାଇକ୍ (୨ଠ୧୯ ପୁଲୱାମା ଅ ।କ୍ରମଣ ପରେ) । ତେବେ, ରାଜନାଥ କେଉଁ ତୃତୀୟ ଷ୍ଟ୍ରାଇକ୍ କଥା କହୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ସର୍ଜିକାଲ ଓ ଏୟାରଷ୍ଟ୍ରାଇକ୍ ପୂର୍ବରୁ ଭାରତୀୟ ସେନା ମିଆଁମାର ସୀମା ମଧ୍ୟକୁ ପ୍ରବେଶ କରିଥିଲା ଏବଂ ସେଠରେ ନ୍ୟାସନାଲ ସୋସିଆଲିଷ୍ଟ କାଉନ୍ସିଲ୍ ଅଫ୍ ନାଗାଲାଣ୍ଡ (ଖପଲାଙ୍ଗ) ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ୱାରା ଗଢ଼ି ଉଠିଥିବା କ୍ୟାମ୍ପଗୁଡିକୁ ନଷ୍ଟ କରିଦେଇଥିଲା । ଏଥିରେ ୩ଠରୁ ଅଧିକ ନାଗାଲାଣ୍ଡ ନିହତ ହୋଇଥିଲେ । ତେବେ ଏହାର କିଛି ଦିନ ମଧ୍ୟରେ ଉକ୍ତ ଆତଙ୍କବାଦୀ ଗୋଷ୍ଠୀ ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୧୮ ଭାରତୀୟ ଯବାନ ସହିଦ୍ ହୋଇଥିଲେ । ରାଜନାଥଙ୍କ ଏହି ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କୀତ ମନ୍ତବ୍ୟ ପରେ ସେ ବୋଧେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏହି ଷ୍ଟ୍ରାଇକ୍ ସମ୍ପର୍କରେ କିଛି କହିବାକୁ ଚାହୁଁନଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ