୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ନିଲେଶ୍ବର ପ୍ରଧାନ କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୮ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ଘଟଣା ଅନୁସାରେ ଗତ ୯/୧୦/୨୦ରେ ଦାରିଙ୍ଗବାଡି ଅଂଚଳର ନାବାଳିକା ଜଣଙ୍କ ଘରେ ଏକାକୀ ଥିଲା l ବାପା ଓ ମା କାମକୁ ଯାଇଥିଲେ l ଫଳରେ ଝିଅଟି ସାମନା ଘରକୁ ଟିଭି ଦେଖିବାକୁ ଯାଇଥିଲା ଟିଭି ଦେଖି ଫେରିଲାବେଳେ ଅଭିଯୁକ୍ତ ନିଲେଶ୍ବର ନାବାଳିକାକୁ ବାଟରୁ ଟେକିନେଇ ନିକଟ ରାଶି ବାରିରେ ଦୁଷ୍କର୍ମ କରିଥିଲା l ବାପା ମାଆ ଘରକୁ ଫେରିଲାପରେ ନାବାଳିକା ଜଣକ କାନ୍ଦିକାନ୍ଦି ବାପାମାଙ୍କୁ କହିବାପରେ ନାବାଳିକାର ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ ପୋଲିସ ଏ ସଂକ୍ରାନ୍ତରେ ରେ ମାମଲା ରୁଜ୍ଜୁ କରିବାସହ ଅଭିଯୁକ୍ତ ନିଲେଶ୍ବରକୁ ଗିରଫ କରିଥିଲା ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ଘଟଣା ର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ