୫ ବର୍ଷ ବିତିଲା : କାର୍ଯ୍ୟକ୍ଷମ ହୋଇ ପାରିଲାନି ଭୋଦର ୩୩/୧୧ କେ.ଭି ବିଦ୍ୟୁତ୍ ଟ୍ରାନସଫର୍ମର
ନିମାପଡା,ସନ୍ତୋଷ ଦାଶ): ପୁରୀ ଜିଲ୍ଲା ର ଚାରିଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। କଟକ, ପୁରୀ, ଭୁବନେଶ୍ୱର, କୋଣାର୍କ, କାକଟପୁର,ଗୋପ, ଅସ୍ତରଙ୍ଗ, ପିପିଲି , ଜଗତସିଂହପୁର ପ୍ରଭୃତି ସ୍ଥାନ ର ଏହା ହେଉଛି ସଂଯୋଗ ସ୍ଥଳ।ଏଠାରୁ ପ୍ରାୟ ୧୦କିମି ଦୂର ନିମାପଡା ସ୍ଥିତ ୩୩/୧୧କେଭି ବିଦ୍ୟୁତ ଗ୍ରିଡ ଠାରୁ ଚାରିଛକ କୁ ବିଦ୍ୟୁତ ଆସିଅଛି। ଏଣୁ ବିଭିନ୍ନ ସମୟରେ ବିଦ୍ୟୁତ ସରବା ରହ ବନ୍ଦରହୁଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଏଠାରେ ନିତିଦିନିଆ ଘଟଣା। ଲୋ ଭୋଲଟେଜ ସମସ୍ୟା ରେ ସମସ୍ତ ବିଦ୍ୟୁତ୍ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତକାଟ ସମସ୍ୟା କୁ ଦୂର କରିବାକୁ ଚିନ୍ତାକରି ଚାରିଛକ ନିକଟସ୍ଥ ଭୋଦର ଗ୍ରାମ ର ଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ୩୩/୧୧ କେଭି ଟ୍ରାନସଫର୍ମର ବସାଇବାକୁ ସ୍ଥିର ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଗତ ୨୦୧୬ ମସିହା ରେ ଏଥିପାଇଁ ଏଠାରେ ଶିଳାନ୍ୟାସ କରିଥିଲେ। ଇତି ମଧ୍ୟରେ ୫ ବର୍ଷ ବିତିଛି କିନ୍ତୁ ୩୩/୧୧ କେଭି ଟ୍ରାନସଫରମର କାର୍ଯ୍ୟ ଶେଷ ହୋଇ ପାରିନାହିଁ । ଏହି ଟ୍ରାନସଫରମର କାର୍ଯ୍ୟକ୍ଷମ ହେଲେ ଚାରିଛକ ବଜାର ସହିତ ବ୍ରହ୍ମକୁଣ୍ଡି, ଭୋଦର, ଛଣିଜଙ୍ଗ, ତୁଳସୀପୁର, କଳାପାଞ୍ଚଣ ପ୍ରଭୃତି ପଂଚାୟତରପ୍ରାୟ୨୫ହଜାରବିଦ୍ୟୁତ୍ଉପୋଭୋକ୍ତାଉପକୃତହୋଇପାରନ୍ତେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ଏ ଦିଗରେ ଆଦୌଗୁରୁତ୍ୱ ଦେଉନାହାନ୍ତି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ଉକ୍ତ ବିଦ୍ୟୁତ ଟ୍ରାନସଫରମର ଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, କୃଷ୍ଣଚନ୍ଦ୍ର ରାଉତ, ସନାତନପାତ୍ର ପ୍ରମୁଖ ଦାବି କରିଛନ୍ତି। ନଚେତ ବାଧ୍ୟହୋଇ ବ୍ୟବସାୟୀ, ସିପିଆଇକର୍ମୀ, ସାମାଜିକକର୍ମୀ ମାନେ ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।