୫ ବର୍ଷ ହେଲା ବନ୍ଦ ହୋଇ ପଡି ରହିଛି ଷ୍ଟିଟ୍ ଲାଇଟ୍ ପ୍ରଶାସନ ଚୁପ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ସହର ଓ ଗାଁ ଅଚଂଳରେ ଆଲୋକିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠୀରୁ ବିଧାୟକ ମାନଙ୍କୁ ଦିଆଯାଇଥିଲା ଅର୍ଥ । ସେହି ଅର୍ଥ ଦ୍ୱାରା ବିଭିନ୍ନ ଗାଁ ଗହଳୀରେ ଛକ ଗୁଡିକରେ ଷ୍ଟିଟ୍ ଲାଇଟ ଲଗାଇବା ପାଇଁ ତାହା ବିଧାୟକମାନେ ଅନେକ ସ୍ଥାନରେ ଭଲ ଦାମିକିଆ ଲାଇଟ୍ ଲଗାଇଥିବା ବେଳେ ମୋହନା ନିର୍ବାଚନମଣ୍ଡଳିରେ ୨୦୧୫ରେ ବିଧାୟିକା ବାସନ୍ତି ମଲ୍ଲିକ । ମୋହନା ହାଇସ୍କୁଲ ଛକ, ପାଣ୍ଡାଛକ, ସସ୍ମାନ ରାସ୍ତା କଲେଜ ଛକ, ଲୁହାଗୁଡି ଛକ, କମଳାପୁର ଛକ, ଗୋବିନ୍ଦପୁର, ଅଡବା, ଅନ୍ତରବା, ଚନ୍ଦ୍ରଗିରି, ଚାନ୍ଦିପୁଟ, ରା.ଉଦୟଗିରି, ରାମଗିରି, ଛେଳିଗଡ ଆଦି ସ୍ତାନରେ ବିଧାୟିକା ଷ୍ଟିଟ୍ ଲାଇଟ୍ ଅନୁଦାନ କରି ଏହାର ଶୁଭାରମ୍ଭ କରିଥିଲେ । ଉକ୍ତ ଲାଇଟ୍ ଗୁଡିକ ୪ ରୁ ୫ ମାସ ଚାଲିବା ପରେ ଅଚଳ ହୋଇ ପଡଥିବା ବେଳେ କୌଣସି ପଚାଂୟତ ଏହାର ରକ୍ଷଣ ବେକ୍ଷଣ ନକରି ଏହାକୁ ଖୋଲା ଛାଡି ଦେଇଛନ୍ତି । ଯାହାରି ଫଳରେ ରାତ୍ର କାଳରେ ଛକ ଓ ଗାଁ ଗହଳୀରେ ଅନ୍ଧକାର ହୋଇଥିବା ଯୋଗୁଁ ଚୁର ହାରୀ ବଢିବାରେ ଲାଗିଛି । ବହୁ ଅଭିଯୋଗ ପରେ ବି ମରାମତି ହୋଇ ପାରୁନି ଷ୍ଟିଟ୍ ଲାଇଟ୍ ଗୁଡିକ କେଉଁଠି ତାର ଛିଡି ଯାଇଥିବା ବେଳେ ଅନ୍ୟ କେଉଁଠି ଲାଇଟ ଗୁଡିକ ଝଡି ପଡିଲାଣି । ଏଥି ପ୍ରତି ପ୍ରଶାସନ ନଜର ଦେଇ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।


