୫ ମିନିଟ୍ରେ ଜଣାପଡ଼ିବ କରୋନା ପଜିଟିଭ୍, ଏପ୍ରିଲ୍ ୧୮ ସୁଦ୍ଧା ଆସିବ
ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି। ଏବେ କୋରୋନାସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ ମିନିଟ୍ରେ ସମ୍ଭବ ହୋଇପାରିବ। ଆମେରିକାର ଏବୋଟ୍ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ରାପିଡ୍ କିଟ୍ ଦ୍ୱାରା ସମ୍ପନ୍ନ ହୋଇପାରିବ। ତେବେ ଏହି କିଟ୍ ଭାରତକୁ ଏପ୍ରିଲ୍ ୧୮ ସୁଦ୍ଧା ଆସିବ ବୋଲି କୁହାଯାଉଛି।
ମାତ୍ର ୫ ମିନିଟ୍ରେ ଏହା କୋରୋନା ପଜିଟିଭ୍ ରିପୋର୍ଟ ଦେବାକୁ ସକ୍ଷମ ହୋଇଥିବାବେଳେ ନେଗେଟିଭ୍ ରିପୋର୍ଟ ଦେବାକୁ ୧୩ ମିନିଟ୍ ସମୟ ନେଇଥାଏ। ଚଳିତ ମାସରେ ଭାରତକୁ ଏବୋଟ୍ କମ୍ପାନୀ ଏହି କିଟ୍ରୁ ୫୦ ଲକ୍ଷ ଯୋଗାଇବାର ଯୋଜନା କରିଛି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଥିବା କୁହାଯାଉଛି।


