୫-୦ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ମାଉଣ୍ଟ ମାଙ୍ଗାନୁଇ- ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ବିଶିଷ୍ଟ ଟ-୨୦ ଶୃଙ୍ଖଳାକୁ ୫-୦ରେ କ୍ଲିନ ସୁଇପ୍ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟରେ ୧୬୩ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ରସ ଟେଲର(୫୩) ଓ ଟିମ୍ ସେଇଫର୍ଟ(୫୦) ରନ ସତ୍ଵେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୬ ରନରେ ସୀମିତ ରହିଥିଲା । ଏଥିସହ ଘରୋଇ ନ୍ୟୁଜିଲାଣ୍ଡ ନିଜର ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛି । ଯଶପ୍ରୀତ ବୁମରା ୩, ନବଦୀପ ସାଇନି ଓ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ଵିକେଟ୍ ନେଇଥିଲେ। ତିନି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ନିଭାଇଥିବା ଯଶପ୍ରୀତ ବୁମରା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେହି ପରି ପୂରା ଟୂର୍ଣ୍ଣାମେଣ୍ଟରେ ବ୍ୟାଟିଂରେ ଜୋରଦାର ପ୍ରଦର୍ଶନ କରିଥିବା ଲୋକେଶ ରାହୁଲ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି । ରବିବାର ମାଉଣ୍ଟମଙ୍ଗନୁଇରେ ଖେଳାଯାଇଥିବା ଶେଷ ମୁକାବିଲାରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତର ଦାୟିତ୍ୱ ରୋହିତ ଶର୍ମାଙ୍କୁ ମିଳିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍ ହରାଇ ୧୬୩ ରନ୍ କରିବା ପରେ ଆୟୋଜକ ନ୍ୟୁଜିଲାଣ୍ଡକୁ ୧୬୪ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ