୬ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୮୪୧ ପରୀକ୍ଷାର୍ଥୀ
ରାଇକିଆ,(ଆଦିତ୍ୟ ପ୍ରସାଦ ପାଢି):ଦିନକ ପରେ ଚଳିତ ମାସ ୨୧ତାରିଖରୁ ଆରମ୍ଭ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ମାଟ୍ରିକ ପରୀକ୍ଷା । ବିଜ୍ଞପ୍ତି ଅନୁଯାୟୀ ମାଟ୍ରିକ ପରୀକ୍ଷା ଫେବୃଆରି ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀ ମାନେ ସକାଳ ୭ ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଏବଂ ସମସ୍ତ ବିଷୟରେ ପରୀକ୍ଷା ସକାଳ ୯ ରୁ ଆରମ୍ଭ ହେବ । ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ମଧ୍ୟ ପରୀକ୍ଷା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଜୟ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ ପରୀକ୍ଷାର୍ଥୀ, ସେଣ୍ଟ କ୍ୟାଥରିନ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୩୬ ଜଣ ପରୀକ୍ଷାର୍ଥୀ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୮ ଜଣ ପରୀକ୍ଷାର୍ଥୀ , ମଣ୍ଡାକିଆ ଉଚ୍ଚ ବିଦ୍ୟାଳୟରେ ୯୧ ଜଣ ପରୀକ୍ଷାର୍ଥୀ , ସୁଗୁଡବାଡି ଉଚ୍ଚ ବିଦ୍ୟାଳୟରେ ୧୦୮ ଜଣ ପରୀକ୍ଷାର୍ଥୀ ଏବଂ ଇନ୍ଦ୍ରଗଡ ଉଚ୍ଚ ବିଦ୍ୟାଳୟରେ ୧୦୨ ଜଣ ପରୀକ୍ଷାର୍ଥୀ ଏହିପରି ମୋଟ ୬ ଗୋଟି ପରୀକ୍ଷା କେନ୍ଦ୍ରରେ ୮୪୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ମିଳିଅଛି ।