୬ଜଣ ଭୁବନେଶ୍ୱର ସୂର୍ଯ୍ୟନଗରରୁ ଖଲେ, ଦିଗପହଣ୍ଡି ପୋଲିସ ହାତରେ ଧାରା ପଡିଲେ
ଦିଗପହଣ୍ଡି : ପୋଲିସ ପ୍ରଶାସନ ଦ୍ୱାରା ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ସଂପୂର୍ଣ୍ଣ ସିଲ କରାଯାଇଥିବା ବେଳେ ପୂର୍ବରୁ ସେଠାରେ ଦିଗପହଣ୍ଡି ଅଂଚଳର ରହୁଥିବା ୬ଜଣ ବ୍ୟକ୍ତି ଗୋଟିଏ ଡାଲା ଅଟୋ ଉପରେ ତାରପୋଲିନ ପକାଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳକୁ ଚାଲି ଆସି ଥିଲେ, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ବିଶ୍ୱସସୂତ୍ରରୁ ଖବର ପାଇ ଶୁକ୍ରବାର ରାତି ପ୍ରାୟ ୨ ଟାରେ ସଦଳବଳେ ଉକ୍ତ ଡାଲା ଅଟୋକୁ ପିଛା କରିଥିଲେ, ସେମାନେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୋଟିଏ ଗ୍ରାମରେ ଥିବାବେଳେ ଉକ୍ତ ଅଞ୍ଚଳଟି ପାଟପୁର ଥାନାର ହୋଇଥିବାରୁ ଏ ନେଇ ସେ ଏନେଇ ପାଟପୁର ଥାନାକୁ ସୂଚନା ଦେଇଥିଲେ। ଡାଲା ଅଟୋ ଆସିଥିବା ବ୍ୟକ୍ତିମାନେ ଗୋଟିଏ ଘରେ ଖାଇ ବସିଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ଏସ ପି ପିନାକ ମିଶ୍ରଙ୍କୁ ଖବର ଦେଇଥିଲେ । ଏସ ପିଙ୍କ ନିର୍ଦେଶ କ୍ରମେ ଉଦ୍ଧାର ୬ ଜଣଙ୍କୁ ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ କ୍ସାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। ସେମାଙ୍କୁ ଶନିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପାଠ ଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


