୬ନମ୍ବର ୱାର୍ଡରେ ଗୈାତ୍ତମଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୬ନମ୍ବର ୱାର୍ଡରେ ଯୁବନେତା ଗୈାତ୍ତମ ସ୍ୱାଇଁ(ଗୁରିଆ)ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜୁ ଜନତା ଦଳର ଯୁବନେତା ଭାବେ ପରିଚିତ ଗୈାତ୍ତମ ଦୀର୍ଘଦିନ ଧରି ଦଳର ସଂଗଠନକୁ ମଜଭୁତ କରିବା ସହ ବିଭିନ୍ନ ସମୟରେ ଲୋକମାନଙ୍କୁ ସହଯୋଗ ଓ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ରକ୍ତଦାନ ଶିବିରର ଆୟୋଜନ କରି ଡାକ୍ତରଖାନାରେ ରକ୍ତର ଆବଶ୍ୟକତାକୁ ପୁରଣ କରିବାକୁ ଚେଷ୍ଟା କରିଥାନ୍ତି ସେ । ଗରିବ ଓ ଅସହାୟ ଜନତାଙ୍କ ସେବାକୁ ପ୍ରାଥମିକତା ଦେଇ ଆସିଛନ୍ତି ଗୈାତ୍ତମ । ଯୁବନେତା ଗୈାତ୍ତମ ନିଜ ସମର୍ଥକମାନଙ୍କୁ ନେଇ ୬ନମ୍ବର ୱାର୍ଡର ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ