୬ବର୍ଷ ଚୁକ୍ତି ଅବଦ୍ଧିକୁ ନିୟମିତରେ ଯୋଗ ଓ ନେସନାଲ ଇନକ୍ରୀମେଣ୍ଟ ପ୍ରଦାନ ନକଲେ ଭୟଙ୍କର ଆନ୍ଦୋଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ଓଡିଶା ସରକାରୀ ହାଇସ୍କୁଲ ଏନ.ପି.ଏସ. ଶିକ୍ଷକ ସଙ୍ଘ, କେନ୍ଦ୍ରାପଡାର ଏକ ବୈଠକ ସଭାପତି ଅରୁଣ କୁମାର ପାରମାଣିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ସଙ୍ଘର ଆହ୍ୱାନକ୍ରମେ କେନ୍ଦ୍ରାପଡାରୁ ଶତାଧିକ ଶିକ୍ଷକ ଗତ ନଭେମ୍ବରମାସ ୨୦ ଓ ୨୧ତାରିଖରେ ଦୁଇଦିନ ଧରି ଯୋଗଦେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସେହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଘୋଷଣା କରିଥିବା ନିର୍ଦେଶନାମା ପତ୍ରାଙ୍କ ସଂଖ୍ୟା -୨୪୦୭୬ ତା ୧୬.୧୦. ୨୦୨୨ରିଖ ରାଜ୍ୟରେ ସମସ୍ତ ଠିକା ନିଯୁକ୍ତି ପ୍ରଥାକୁ ଉଛେଦ କରାଗଲା ଓ ୬ବର୍ଷ ଚୁକ୍ତି ଆବଦ୍ଧକୁ ନିୟମିତରେ ଯୋଗ ଓ ନେସନାଲ ଇନକ୍ରୀମେଣ୍ଟ ପ୍ରଦାନ କରାଯିବ ବୋଲି ଘୋଷଣା ହେଲା । କିନ୍ତୁ ଅତ୍ୟନ୍ତ ଦୁଃଖର କତା ସେହି ନିର୍ଦେଶନାମାରେ କେବଳ ୨୦୧୩ ଚୁକ୍ତି ନିର୍ଦେଶନାମା ଅନୁଯାୟୀ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବେଳେ ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଠିକା ଶିକ୍ଷକଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେଲା ନାହିଁ । ଏହା କିଭଳି କାର୍ଯ୍ୟକାରୀ ହୋଇପାରିବ ସେଥି ପାଇଁ ସରକାର ତା ୭.୧୧.୨୦୨୨ରୁ ୧୦.୧୧.୨୦୨୨ ମଧ୍ୟରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବସାଇ ନିଷ୍ପତ୍ତି କରିବେ ବୋଲି ପ୍ରତିଶୃତି ପାଇବାରୁ ସଙ୍ଘ ଆନ୍ଦୋଳନକୁ ବନ୍ଦ କରିଥିଲା । ଯଦି ସରକାର ଭବିଷ୍ୟତରେ କିଛି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ବା ୬ବର୍ଷର ଚୁକ୍ତି ଆବଦ୍ଧକୁ ନିୟମିତ ଚାକିରୀରେ ଯୋଗ ନକରନ୍ତି ବା ନେସନାଲ ଇନକ୍ରୀମେଣ୍ଟ ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟ ସଙ୍ଘର ନେତୃତ୍ୱରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ସଙ୍ଘର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକାରିଣୀ ମୁଖ୍ୟ ନିରଞ୍ଜନ ବେହେରା, ମହେଶ୍ୱର ସାହୁ, ପ୍ରକାଶ ବେହେରା,ସୁବ୍ରତ ବରାଳ, ସୂର୍ଯ୍ୟ ପ୍ରକାଶ ନନ୍ଦ, ବିରଞ୍ଚି ପ୍ରସାଦ ଜେଠୀ, ମାନସ ମିଶ୍ର, ପ୍ରଭାସ ରଞ୍ଜନ ପ୍ରଧାନ, ଗଜେନ୍ଦ୍ର ପ୍ରସାଦ ସେଠୀ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ନିର୍ମଳ ସ୍ୱାଇଁ, ଅରୁଣ କୁମାର ବିଶ୍ୱାଳ, କୁଷଦେବ ନାୟକ, ଦେବେନ୍ଦ୍ର ପଣ୍ଡା, ମନୋଜ ପଟ୍ଟନାୟକ, ଧିର ପ୍ରସାଦ ପରିଜା ପ୍ରମୁଖ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ