୬ରୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ

କଟକ: ଆସନ୍ତା ୬ ତାରିଖରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟରେ ଉପଲବ୍ଧ ହେବ । ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ସ୍କୁଲ କୋଡ୍ ଓ ପାସଓ୍ବାର୍ଡ ବ୍ୟବହାର କରି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ସୂଚନା ମିଳିଛି । ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ସମେତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି । ୱେବସାଇଟରେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରାଯାଇଛି । ସ୍କୁଲମାନଙ୍କର ପରୀକ୍ଷା କେନ୍ଦ୍ର କେଉଁଠି କରାଯାଇଛି, ତାହାର ସୂଚନା ମଧ୍ୟ ୱେବସାଇଟରେ ରହିଛି । ଏହି ସହ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ପରୀକ୍ଷା ପରିଚାଳନାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ