୬ରେ ଖୋଲିବ ଖଣ୍ଡଗିରି, ଉଦୟଗିରି

ଭୁବନେଶ୍ବର : ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଖଣ୍ଡଗିରି, ଉଦୟଗିରି ଗୁମ୍ଫା, ଧଉଳି ଶାନ୍ତି ସ୍ତୂପ, ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ ଦୁର୍ଗ ଖୋଲିବ। କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସ୍‌ଆଇ । ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନାହିଁ ବୋଲି ଏଏସ୍‌ଆଇ ସୂଚନା ଦେଇଛି । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲାଯିବ ନାହିଁ ବୋଲି ସୂଚନା ଦେଇଛି ଏଏସ୍‌ଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ