୬ଶହ ଦେଶୀ ମଦ ପାଉଚ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି ଥାନା ତଥା ପୌରାଂଚଳ ବଇଁଚବଣିଆ ଛକରେ ବେଆଇନ ଭାବେ ଦେଶୀ ମଦ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଜଣକ ପୌରାଂଚଳ ବଇଁଚବଣିଆ ଅଂଚଳର ସିମାଂଚଳ ପ୍ରଧାନ । ଏ ନେଇ ହିଞ୍ଜିଳି ଥାନାରେ ୨୬୦/୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ହିଞ୍ଜିଳି ପୁଲିସ ଶୁକ୍ରବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଯୁବକ ଜଣକ ଦେଶୀମଦ ଚାଲାଣ କରୁଥିବା ବେଳେ ପୁଲିସ ଗିରଫ କରିଥିଲା । ସଂପୃକ୍ତ ଯୁବକଙ୍କ ଠାରୁ ୬ଶହ ଟି ଦେଶୀମଦ ପାଉଚ୍ ଜବତ କରାଯାଇଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ