୬ଶହ ଶ୍ରଦ୍ଧାଳୁ ଙ୍କ ଅଯୋଧ୍ୟା ଯାତ୍ରା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ୬ ଟି ବିଧାନସଭା କ୍ଷେତ୍ରରୁ ୬୦୦ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ନିମନ୍ତେ ଆସ୍ଥା ସ୍ୱତନ୍ତ୍ର ଟ୍ରେନରେ ଭଦ୍ରକ ରେଲୱେ ଷ୍ଟେସନରୁ ଆଜି ସକାଳ ୯ ଘଟିକାର ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସଂଯୋଜକ ଶୁକଦେଵ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ କୁମାର ରାଠୋର, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଡ଼ ଶମ୍ଭୁନାଥ ରାଉତ, ନିରାକାର ଦଳେଇ, ହରମୋହନ ଶାସିନ, ପ୍ରଶାନ୍ତ ମହାପାତ୍ର, ନାରାୟଣ ବାରିକ, ଦୀପକ ଜେନା, ରାଜେଶ ସିଂ ପ୍ରମୁଖ ଭଦ୍ରକ ଷ୍ଟେସନରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କ ଶୁଖଦ ଯାତ୍ରା ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଓ ପ୍ରାଣପ୍ରତିଷ୍ଠାର କାଳଜୟୀ ନିଷ୍ପତ୍ତି ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ ବୋଲି ଶ୍ରଦ୍ଧାଳୁ ଗଣ ମତବ୍ୟକ୍ତ କରିବା ସହ ସାରା ଷ୍ଟେସନ ପରିସର ଜୟ ଶ୍ରୀରାମ ନାରା ରେ ପ୍ରକମ୍ପିତ ହୋଇ ଉଠୁଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ