୬ଷ୍ଠ ତମ ଜ଼ିଲ୍ଲା ସ୍ତରୀୟ ଫାଇନାଲ ମ୍ୟାଚ ଖଲ୍ଲିକୋଟ ଦଳ ବିଜୟୀ
ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଫାଇନାଲ ମ୍ୟାଚ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ଆସ୍କା ପାନlସୋନିକ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ଖଲ୍ଲିକୋଟ ଦଳ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୩0 ଓଭର ଖେଳି ୯ ଗୋଟି ଓ୍ବିକେଟ ବିନିମୟରେ ୧୫୭ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ଆକାଶ କୁମାର ଖଣ୍ଡୁଆଳ ୫୯ ବଲ ଖେଳି ୬୨ ରନ କରିଥିଲେ l ଖଲ୍ଲିକୋଟ ଦଳ ପକ୍ଷରୁ ବୋଲିଙ୍ଗରେ ତୋଫାନ ଗୌଡ଼ ୬ ଓଭର ପକାଇ ୧୩ ରନ ଦେଇ ୨ ଗୋଟି ୱକେଟ ଅକ୍ତିଆର କରିଥିଲେ l ଜବାବରେ ଖଲ୍ଲିକୋଟ ଦଳ ପକ୍ଷରୁ କାନ୍ହୁ ଚରଣ ବାରିକ ୪୬ ବଲ ଖେଳି ୫0 କରି ଅପରାଜିତ ରହି ମ୍ୟାଚ ଜିତାଇଥିଲେ l ପାନlସୋନିକ ଦଳ ପକ୍ଷରୁ ବୋଲିଙ୍ଗରେ ଜଗମୋହନ ଗୌଡ଼ ୬ ଓଭର ପକାଇ ୩୨ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଖଲ୍ଲିକୋଟ ଦଳ ୫ ଗୋଟି ଓ୍ବିକେଟରେ ବିଜୟ ମୁକୁଟ ପନ୍ଧିଥିଲେ l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ଦେବ ବ୍ରତ ଦେବ ଏବଂ ଓ ଭେଙ୍କେଟ ରାବଣା ରୁଦ୍ର ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଏମ ନିବୀନ କୁମାର ସହଯୋଗ କରିଥିଲେ l ଆଜିର ମ୍ୟାଚରେ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ଖଲ୍ଲିକୋଟ ଦଳ ତୋଫାନ ଗୌଡ଼ l ବେଷ୍ଟ ବୋଲର ଖଲ୍ଲିକୋଟ ଦଳର ମନୋଜ ଶବର, ବେଷ୍ଟ ବେଟେସମେନ ଆସ୍କା ପାନସୋନିକ ଦଳର ଆକାଶ ଖଣ୍ଡୁଆଳ, ମେନ ଅଫ ଦା ସିରିଜ ରାମେଶ୍ୱର କ୍ରିକେଟ ଦଳର ଦେବାଶିଷ ସାହୁ ବେବେଚିତ ହୋଇଥିବା ବେଳେ ରନର ସିପ ପାଇଲେ ଆସ୍କା ପାନlସୋନିକ ଓ ବିଜୟ ଟିମ ହେଲେ ଖଲ୍ଲିକୋଟ କ୍ରିକେଟ କ୍ଲବକୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ lଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ସନ୍ନମାନ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧକ୍ଷ ସୁବାସ ମହାରଣା,ରାମେଶ୍ୱର କ୍ରିକେଟ କ୍ଲବ ସଭାପତି ତଥା ଭେଙ୍କେଟେଶ୍ୱର ଇଷ୍ଟେଟସ ସାଇ ପଟ୍ଟନାୟକ, ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅଶୋକ କୁମାର ସାହୁ,ସମାଜ ସେବି ଅଜିତ ସ୍ୱାମ୍ମି,ମହିଳା ବିଜେଡି ଉପ ସଭାପତି ଶ୍ଵେତା ପ୍ରଜ୍ଞା ପଟ୍ଟନାୟକ, ମହାନଗର ବିଜେଡି ସାଧାରଣ ସମ୍ପାଦକ ପ୍ରଣୟ କୁମାର ପଟ୍ଟନାୟକ, ରାମେଶ୍ୱର କ୍ରିକେଟ କ୍ଲବ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ, ରାମେଶ୍ୱର କ୍ଲବ ର ସହ ସମ୍ପାଦକ ଏନ ବିଜୟ କୁମାର, ଉପ ସଭାପତି ଭିବ୍ରାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l