୬୦ଜଣ ଏସଏଚଜି ମହିଳାଙ୍କୁ ସ୍କୁଟର ପ୍ରଦାନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ମିଶନ ଶକ୍ତି କାର୍ଯ୍ୟାଳୟ ପରିସରରେ ଆଜି ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ଇସି ମେମ୍ବରଙ୍କୁ ମିଶାଇ ମୋଟ୬୦ଜଣ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ମିଶନଶକ୍ତି ବ୍ଲକ ସଂଯୋଜକ ସୁବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ସ୍କୁଟର ମା ମାନଙ୍କୁ ସ୍ୱାଭିମାନି, ସଶକ୍ତ ଓ ଗତିଶୀଳ କରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ, ଅଧ୍ୟକ୍ଷା ସୁମତି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରିନାରାୟଣ ରାଉତ, ସିଡିପିଓ ନିର୍ଝରଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ।


