୬୦୦ କେଜି ମାଧବୀ ଚେର ସହ ୪୦୭ ମିନିଟ୍ରକ ଜବତ, ଜଣେ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବନାଞ୍ଚଳ, ବାଲିପଦର ସେକସନ ଅନ୍ତର୍ଗତ କଳମ୍ବ ନିକଟରେ ଓଆର ୦୭ ଡ଼ି ୧୬୮୨ ନମ୍ବର ୪୦୭ ମିନିଟ୍ରକରେ ପ୍ରାୟ ୬୦୦ କିଲୋ ଔଷଧିୟ ମାଧବୀ ଚେର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବୁଗୁଡା ବନବିଭାଗ ଗାଡିସହ ମାଧବୀ ଚେର ଜବତ କରିବା ସହ ବ୍ରହ୍ମପୁର ଗଣେଶ ନଗର ପ୍ରଥମ ଗଳିର ଶିଶିର ପ୍ରଧାନଙ୍କୁ ଗିରିଫ କରିଥିବା ଜଣାପଡିଛି । ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଓ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ପରାମର୍ଶ କ୍ରମେ ବୁଗୁଡା ବନପାଳ ଅଭିରାମ ଖିଲି, ବାଲିପଦର ବନପାଳ ସୁନିତା ପାତ୍ର, ବାଲିପଦର ବନରକ୍ଷୀ ଖୀରଦ କୁମାର ଗୌଡ଼, ଜିଲିବା ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ, ଠଣାପଲ୍ଲୀ ବନରକ୍ଷୀ ରିଙ୍କୁ ସେଠୀ, ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ମିଳିତ ଭାବେ ଚଢ଼ାଉ କରି ନଭେମ୍ବର ୧୦ ତାରିଖ ରାତ୍ର ପ୍ରାୟ ସାଢ଼େ ତିନିଟା ବେଳେ କଳମ୍ବ ଛକ ନିକଟରେ ଏକ ୪୦୭ ମିନି ଟ୍ରକରେ ୬୦୦ କିଲୋ ମାଧବୀ ଚେର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଜବତ କରିବାରେ ସଫଳ ହୋଇଛନ୍ତି । ଏଥିସହ ଗାଡି ଚାଳକ ଶିଶିର ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ କେଶ ନମ୍ବର ୪୨୩/୨୦୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ