୬୦୪ ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପକ୍ଷରୁ ଆଜି ମଧୁବାବୁ ପେନସନ ଯୋଜନାରେ ୬୦୪ ଜଣ ନୂଆ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ହୋଇଥିଲା । ନିମାପଡ଼ା ଟାଉନହଲ ଠାରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂତନ ହିତାଧିକାରୀ ମାନଙ୍କୁ ସେମାନଙ୍କ ର ପ୍ରଥମ ଭତ୍ତା ପ୍ରଦାନ କରିଥିଲେ। ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ବିଡ଼ିଓ ବସନ୍ତ କୁମାର ମଲ୍ଲିକ ଙ୍କ ସମେତ ବ୍ଲକ ର ପଦାଧିକାରୀ ଓ ପଞ୍ଚାୟତ ଲୋକ ପ୍ରତିନିଧି ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ୧୦୩ ଜଣ ବିଧବା ମହିଳା ,୬୯ ଜଣ ଭିନ୍ନକ୍ଷମ , ଦୁଇ ଜଣ ଅବିବାହିତା , ୪୨୫ ଜଣ ବୃଦ୍ଧ ବୃଦ୍ଧା ଙ୍କୁ ଏପରି ସମୁଦାୟ ୬୦୪ ଜଣଙ୍କୁ ପ୍ରଥମ ଥର ପାଇଁ ଭତ୍ତା ବଣ୍ଟନ କରଯାଇଥିଲା । ଯେପରି କୌଣସି ବୃଦ୍ଧା, ବୃଦ୍ଧ, ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।