୬୦ ଏକର ଚାଷ ଜମିରୁ ଗଞ୍ଜେଇ ଗଛ ଜାଳିଲେ ପ୍ରଶାସନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ-ଗଜପତି ସୀମାନ୍ତ ଜଙ୍ଗଲରେ ବହୁ ପରିମାଣର ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ଖବର ପାଇଁ ଗଞ୍ଜାମ ଏସପି ବ୍ରିଜେଶ ରଏ ଙ୍କ ନିର୍ଦ୍ଧେଶ କ୍ରମେ ପାଟପୁର ଥାନା ଟି.ଗୋବିନ୍ଦ ପୁର ପଞ୍ଚାୟତ କନ୍ଧ ନୂଆଗାଁ ଜଙ୍ଗଲରୁ ଶୁକ୍ରବାର ପ୍ରାୟ ୬୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜାଳି ଦିଆଯାଇଛି l ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ଉପସ୍ଥିତିରେ ବ୍ରହ୍ମପୁର ରେଞ୍ଜ ଇନିସ୍ପେଟର ରୋସନ ଇସୁ ହାସୁଦା, ବ୍ରହ୍ମପୁର ଷ୍ଟକିଙ୍ଗ ଫୋର୍ସ ବାଳକୃଷ୍ଣ ପଣ୍ଡା, ଏସଆଇ ଅଭିରାମ ସାହୁ, ଆସିକା ଏସଡ଼ିପିଓ ସୁଯ୍ୟମଣି ପ୍ରଧାନ, ପାଟପୁର ଆଇଆଇସି ଅଜୟ କୁମାର ବାରିକ, ଶେରଗଡ଼ ଆଇଆଇସି ରମେଶ କୁମାର ଦାସ, ଧରାକୋଟ ଆଇଆଇଆସି ସହଦେଵ ମହାପାତ୍ରଙ୍କ ଆସିକା ଆଇଆଇସି ପ୍ରଶାନ୍ତ ସାହୁ, ସମେତ ୩ ପ୍ଲାଟୁନ ଫୋର୍ସ ଏହି ଚଢ଼ାଉ ରେ ସାମିଲ ଥିଲେ l ମିଳିଥିବା ସୂଚନା ଅନୁସାରେ ଟି.ଗୋବିନ୍ଦପୁର ପଞ୍ଚାୟତ ର ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ କନ୍ଧ ନୂଆଗାଁ ଗ୍ରାମ ନିକଟରେ ଗଞ୍ଜେଇ ଗଛ କଟାଯିବା ପରେ ନିଆଁ ଲଗାଇ ସମସ୍ତ ଗଛକୁ ପୋଡି ଦିଆଯାଇଥିଲା l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି l


