୬୦ ନଂ ଜୋନ୍ରେ ବିଜେଡି କଂଗ୍ରେସ ଠାରୁ ୨୮୦୦ ଭୋଟ ରେ ବିଜୟୀ : ୬ ଟି ପଞ୍ଚାୟତର ସରପଂଚ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନ ରେ ୬୦ ନଂ ଜିଲା ପରିଷଦ ଜୋନ୍ ସହ ୬ ଟି ପଞ୍ଚାୟତ ଗଣତି ରାତ୍ର ୧୧ ଘଣ୍ଟା ସୁଦ୍ଧା ଶେଷ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ୬୦ଜିଲା ପରିଷଦ ଜୋନ୍ରୁ ରେ ବିଜେଡି. ୧୦୯୧୫ ଭୋଟ ପାଇ ବିଜୟୀ ହୋଇଛନ୍ତି ।କଂଗ୍ରେସ ପ୍ରାର୍ଥୀ ଶ୍ରଦ୍ଧାଞ୍ଜଳି ଗୌଡ୮୧୨୨ଭୋଟ ପାଇଛନ୍ତି।ସେହିଭଳି ବିଜେପି ର ପୁଷ୍ପାଞ୍ଜଳି ଦୋରା ୨୭୯୩ ଭୋଟ ପାଇ ଥିବା ଜଣାପଡିଛି । ଅନ୍ୟାନ୍ୟ ବିଜେଡି ତଥା ଅନ୍ୟାନ୍ୟ ସମର୍ଥିତ ଆମ୍ବଗା ସରପଞ୍ଚ ସୁନିତା ସେଠୀ ସମିତି ସଭ୍ୟ ବିଜୟ ଭୁଁ ୟା , ଗଙ୍ଗାପୁର ସରପଞ୍ଚ ପୀଙ୍କି ସେଠୀ ସମିତି ସଭ୍ୟ ବୁଲୁ ସେଠୀ ,ମୌଲାଭଞ୍ଜା ସରପଞ୍ଚ ବର୍ଷା ସେଠୀ, ସମିତି ସଭ୍ୟ ମାଧବୀ ସ୍ୱାଇଁ, ବିଜୟୀ ହୋଇ ଥିବାବେଳେ ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ, ସମିତି ସଭ୍ୟ ପରୀ ସ୍ୱାଇଁ,ଏସ ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ, ସମିତି ସଭ୍ୟ ନାରାୟଣ ପ୍ରଧାନ,ଚୁଡ଼ଙ୍ଗପୁର ପଞ୍ଚାୟତର ସରପଞ୍ଚ ଜାଗିଲି ସେଠୀ, ସମିତି ସଭ୍ୟ ଟି ନିବେଦିତା,ମାନଙ୍କରେ ଭୋଟ ଗଣତି ହୋଇ ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ବିଜୟୀ ଘୋଷଣା କରିଛନ୍ତି । ଶେଷଦିନ ତୃତୀୟ ପର୍ଯ୍ୟାୟ ଗଣତି ୬୧/୬୨ ଜୋନ୍ରେ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି ।


