୬୦ ବର୍ଷରେ ପଦାର୍ପଣ କଲା ଇଛାପୁର ଲକ୍ଷ୍ମୀ ନାରାୟଣ ପୂଜା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଇଛାପୁର ଲକ୍ଷ୍ମୀ ନାରାୟଣ ମଣ୍ଡପରେ ୫ ଦିନ ଧରି ପୂଜା ପାଇବେ ଲକ୍ଷ୍ମୀ ନାରାୟଣ ସମେତ ଗଣେଶ, ସରସ୍ୱତୀ ଓ ଶିବପାର୍ବତୀଙ୍କ ମୃଣ୍ମୟୀ ମୂର୍ତ୍ତୀ । ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦୀରୁ ୩ ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ରାମ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପୂଜା କର୍ମ ସଂପାଦନ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ କମିଟିର ଗୋଲକ ବେହେରା, ଅପର୍ତ୍ତି ମଣ୍ଡଳ, ନାରାୟଣ ବେହେରା, ଭାସ୍କର ବେହେରା, ରଘୁନାଥ ବେହେରା, ରାଜେନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା, ନିତ୍ୟାନନ୍ଦ ମଣ୍ଡଳ, ରମେଶ ମଣ୍ଡଳ, ଗୌରାଙ୍ଗ ମଣ୍ଡଳ, ଲକ୍ଷ୍ମୀଧର ମଣ୍ଡଳ, ବ୍ରହ୍ମାନନ୍ଦ ବେହେରା, ଗଙ୍ଗାଧର ବେହେରା, ରବିନ୍ଦ୍ର ବେହେରା, କଳିରାମ ବେହେରା ସହାୟତା କରୁଛନ୍ତି । ଉକ୍ତ ପୂଜା ଆଜକୁ ୬୦ ବର୍ଷ ଧରି ପାଳିିତ ହୋଇଆସୁଥିବା ଗ୍ରାମବାସୀ ମାନେ କହିଛନ୍ତି ।