୬୦ ବର୍ଷର ବୃଦ୍ଧ ଶାରୀରିକ ବିକଳାଙ୍ଗଙ୍କୁ ମିଳିନି ରାସନକାର୍ଡ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶୀନିପଦର ପଚାଂୟତ ମାଝିପଡା ଗ୍ରାମର ସୁଦାମ ଦିଗାଳ(୬୦)  ଜନ୍ମରୁ ବିକଳାଙ୍ଗ । ଶାରୀରିକ ସହାୟତା କହିଳେ ମିଳିଛି ବିକଳାଙ୍କ ଭତା । ତାଙ୍କର ଆଗ ପଛରେ ଆଉ କେହି ନଥିବା ବେଳେ କେବଳ ଏହି ଭତା ଟଙ୍କା ହିଁ ତାଙ୍କର ଏକମାତ୍ର ସହାୟତା ସେଥିରେ ହିଁ ଜୀବନ ବିତାଉଛନ୍ତି । ମାଝିପଡା ଗାଁ ରେ ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ରହିଆସୁଛନ୍ତି ଏହି ବୃଦ୍ଧ ଜଣକ । ସବଠାରୁ ୁପରିତାପର ବିଷୟ ଏହି ବୃଦ୍ଧ ଜଣକ ବହୁବାର ଖାଦ୍ୟସୁରକ୍ଷା ଯୋଜନାରେ ନିଜକୁ ସାମିଲ୍ କରିବା ପାଇଁ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବେଦନ କରିଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ଏହି ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ । ଅନେକ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି ହେଲେ ସୁଦାମଙ୍କ ଭଳି ଜଣେ ବିକଳାଙ୍ଗ ବୃଦ୍ଧ ଏଥିପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାମିଲ୍ ହୋଇ ପାରିନାହାନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ । ଏହାକୁ ବିଭାଗର କର୍ମଚାରୀ ମାନଙ୍କର ଅଣଦେଖା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ବ୍ଳକ ଠାରୁ ପଂଚାୟତ ପର୍ଯ୍ୟନ୍ତ ସବୁଠାକୁ ବାରମ୍ବାର ଦୌଡିଥିଲେ ମଧ୍ୟ ରାସନ କାର୍ଡ ଖଣ୍ଡେ ମଧ୍ୟ ପାଇ ପାରି ନାହାନ୍ତି ସୁଦାମ । ଅନ୍ୟପଟେ ଏହି କାଶୀନିପଦର ପଚାଂୟତରେ ଅନେକ ଧନିକ ଶ୍ରେଣୀର ବ୍ୟକ୍ତି ରାସନକାର୍ଡ଼ ପାଇପାଇଛନ୍ତି । ଯାହାକି ତଦନ୍ତ ସାପେକ୍ଷ । ହେଲେ ଏହି ବିକଳାଙ୍କ ପାଇଁ ସରକାରୀ ଅଧିକାରୀ କିମ୍ବା ରାଜନେତା କାହାର ମଧ୍ୟ ନିଘାନାହିଁ । କନ୍ଧମାଳ ଜିଲ୍ଲାର ଏହି ଫିରିଙ୍ଗିଆ ବ୍ଲକରେ ଯୋଗାଣ ବିଭାଗ ବିଭିନ୍ନ ଶ୍ରଣେୀରେ ବିଭକ୍ତ କରି ବିଭିନ୍ନ ବର୍ଗର ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରୁଛନ୍ତି । କିନ୍ତୁ ସୁଦାମ ଦିଗାଳଙ୍କ କ୍ଷେତ୍ରରେ ଯୋଗାଣ ବିଭାଗର ଏକି ଅବିଚାର ବୋଲି ସ୍ଥାନୀୟ ଜନସାଧାରଣ ମତ ଦେଇଛନ୍ତି । ଅଭିଯୋଗ ପ୍ରକାରେ, କାଶୀନିପଦର ପଚାଂତୟରେ କାର୍ଯ୍ୟରତ ଯୋଗାଣ ସାହାୟକ ପ୍ରିୟାପ୍ରତି ପୋଶଣ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ଭାବେ ସାମିଲ୍ କରିବାରେ ସଫଳ ହୋଇଥିଲେ ମଧ୍ୟ ଯୋଗ୍ୟ ଭାବେ ହାତ ଗୁଞ୍ଜା ଦେଇ ପାରୁନଥିବା ଯୋଗୁଁ ସେମାନେ ଯୋଗ୍ୟ ଥାଇ ମଧ୍ୟ ଅଯୋଗ୍ୟ ପାଲଟିଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜନ୍ମରୁ ବିକଳାଙ୍ଗ ଓ ବୃଦ୍ଧ ସୁଦାମ । ପଂଚାୟତରେ ଯୋଗାଣ ସହାୟକ ଙ୍କ ମନମୁଖୀ କାର୍ଯ୍ୟକଳାପକୁ ଅଭିଯୋଗ କରି ଅନେକ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ବ୍ଳକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କେହି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହାସ କରିପାରୁନଥିବା ପଛରେ କଣ କାରଣ ରହିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଅନ୍ୟପଟେ ଆଜିପର୍ଯ୍ୟନ୍ତ କାହିିଁକି ଏହି ସାରୀରିକ ବିକଳାଙ୍ଗ ବୃଦ୍ଦା ଜଣକୁ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ୍ କରାଯାଇ ପାରିନାହିଁ ତାହାର ବିଧିବଧ ଭାବେ ତଦନ୍ତ କରିବା ସହିତ ଅସହାୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ