୬୧ ଜଣ ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୂତାଣୁ ର ମୁକାବିଲା ପାଇଁ ସାରାଦେଶ ବାସୀ ସରକାର ଙ୍କ ସହିତ ମିଶି ମୁକାବିଲା କରୁଛନ୍ତି। ସେହିପରି ପରି ଏହି ମହାମାରୀ ର ମୁକାବିଲା ପାଇଁ ପୋଲିସ, ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ସାମ୍ବାଦିକ, ଅଗ୍ନିଶମ ବିଭାଗ, ଏନ.ଏ. ସି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଜନସାଧାରଣ ଙ୍କ ପାଇଁ ଆଗ ଧାଡ଼ିର ଯୋଦ୍ଧା ହୋଇଠିଆ ହୋଇଛନ୍ତି। ଠିକ ଏହି ପରିସ୍ଥିତି ରେ ପ୍ରତିଦିନ ଭଞ୍ଜନଗର ଏନ.ଏ. ସି କର୍ମଚାରୀ ମାନେ ସହରରେ ନିରନ୍ତର ସେବା ଯୋଗାଇ ଦେବା ସହ ସହର କୁ ପରିଷ୍କାର ଓ ସୁଦର ପରିବେଶ ସୃଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବାଉଁଶଲୁଣ୍ଡି ବିଜୁ ସୃତି ସଂସଦ ପକ୍ଷରୁ ୬୧ ଜଣ ସଫେଇ କର୍ମଚାରୀ ଙ୍କୁ ସଂମାନିତ କରିବା ପାଇଁ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କର୍ମଚାରୀ ମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ଓ ସେମାନଙ୍କ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକର୍ମ ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଜେଡି ନେତା ଜିତେନ୍ଦ୍ର କେଶରୀ ଆରୁଖ,ରାଜେନ୍ଦ୍ର ପ୍ରଧାନ, ଏନ.ଏ. ସି ନିର୍ବାହି ଅଧିକାରୀ ଭଜରାମ ବିଶ୍ୱାଳ ଓ ସମାଜ ସେବୀ କୁଳମଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ