୬୩ ତମ ପୋଲିସ ଶହୀଦ୍ ସ୍ମୃତି ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରତି ବର୍ଷ ଭଳି ଆଜିର ଦିନ ତଥା ଅକ୍ଟୋବର ୨୧ ତାରିଖ କୁ ପୁଲିସ ପକ୍ଷରୁ ସହିଦ ସ୍ମୃତି ଦିବସ ରୂପେ ପାଳନ କରାଯାଉଛି । ଏନେଇ ଶୁକ୍ରବାର ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲାର ୬୩ ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ପ୍ୟାରଡ୍ ରେ ଗଞ୍ଜାମ ଏସପି ବିଜ୍ରେଶ କୁମାର ରାୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ ବର୍ଷ ଦେଶ ମାତୃକାର ସେବାପାଇଁ ପାଣବଳି ଦେଇଥିବା ୨୬୫ ଜଣ ପୁଲିସ ଶହୀଦ ହୋଇଥିବା ପୁଲିସ କର୍ମଚାରୀଙ୍କ ନାମ ପଠନ କରିଥିଲେ ସେଥିରୁ ଓଡିଶାର ୩ ଜଣ ଶହୀଦ ହୋଇଛନ୍ତି । ୧୯୫୯ ମସିହା ଅକ୍ଟୋବର ୨୧ ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର କିଛି ଯବାନ ଇଣ୍ଡୋ ତିବତିଆନ୍ ସୀମାରୋଖାରେ ପେଟ୍ରୋଲିଂ କରୁଥିବା ସମୟରେ ଚୀନ ସେନାଙ୍କ ଆକ୍ରମଣରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ସେହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ଅବସ୍ଥାରେ, କର୍ତବ୍ୟ କରୁଥିବା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସେବାରେ ସମ୍ପୃକ୍ତ ଥାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁଲିସ ଶହୀଦ ଦିବସ ପାଳନ ହୋଇ ଆସୁଅଛି । ଏମାନଙ୍କ ସ୍ମୃତି ଉଦେଶ୍ୟରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା ବାର୍ତା ଏସପି ଶ୍ରୀ ରାୟ ପଠନ କରିଥିଲେ । ପୁଲିସ ସବୁବେଳେ ଲୋକମାନଙ୍କ ସେବାରେ | ସେ ସବୁବେଳେ ତାର କର୍ତବ୍ୟ ପ୍ରତି ଧ୍ୟାନ ଦେଉଥିବା କହିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ସେବାପାଇଁ ପ୍ରାଣବଳି ଦେଇଥିବା ବୀର ପୁଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍.ପି ବିଜୟ କୁମାର ମଲ୍ଲିକ, ଡିଏସପି ଅଜୟ କୁମାର ମିଶ୍ର,ସୁଜିତ କୁମାର ନାୟକ,ମମତା ନାୟକ,ଏସଡିପିଓ ଗୈାତମ କିଷାନ, ଆସିଣ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି,ସର୍ଜେଂଟ ସଞ୍ଜୟ କୁମାର ବାରିକ, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏ.ରାବଣା ରାଓ, ପୁଲିସ ହାବିଲଦାର ସଂଘ ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ଚନ୍ଦ୍ର ସେଠି, କୋଷାଧକ୍ଷ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ୟାରେଡ କୁ ଆରଆଇ ଅମୁଲ୍ୟ ନାୟକ ପରିଚାଳନା କରିଥିଲେ |


