୬୩ ବର୍ଷରେ ବ୍ରହ୍ମାନନ୍ଦମ୍‌

ହାଇଦ୍ରାବାଦ : ସାଉଥ୍‌ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ବେଶ୍‌ ଜଣାଶୁଣା । କେବଳ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍‌ ରହିଛନ୍ତି । ବ୍ରହ୍ମାନନ୍ଦମ୍‌ ଆଜି ୬୩ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍‌ କରୁଛନ୍ତି । ହ୍ୟାଜ୍‌ଟ୍ୟାଗ୍‌ ବ୍ରହ୍ମାନନ୍ଦନମ୍‌ ଟ୍ରେଣ୍ଡ୍‌ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ବ୍ରହ୍ମାନନ୍ଦମ୍‌ଙ୍କୁ ସାଉଥ୍‌ରେ ସୁପରଷ୍ଟାର୍‌ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍‌, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍‌ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ସେ ପାଖାପାଖି ୧୦୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ୧୯୮୭ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍‌ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍‌ ଓ କନ୍ନଡ ସିନେମାରେ ଅଭିନୟ କରି ବେଶ୍‌ ପ୍ରଶଂସାଭାଜନ ହୋଇଛନ୍ତି । ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଚତୁର୍ଥ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବା ସହିତ ସବୁଠାରୁ ଅଧିକ ଥର ଫିଲ୍ମରେ ଆକ୍ଟିଂ କରୁଥିବା ହେତୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଏହି ଲୋକପ୍ରିୟ ଅଭିନେତାଙ୍କ ପତ୍ନୀଙ୍କ ସହିତ ଦୁଇଟି ସନ୍ତାନ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ