୬୪ବର୍ଷରେ ପାଦ ଥାପିଲେ ଟଲିଉଡର ମେଗାଷ୍ଟାର ଚିରଞ୍ଜିବ
(ଯୁଗାବ୍ଦ ନ୍ୟୁଜ) : ୬୪ବର୍ଷରେ ପାଦ ଥାପିଲେ ଟଲିଉଡର ମେଗାଷ୍ଟାର ଚିରଞ୍ଜିବଙ୍କ । ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନ ଫୋଲଇଙ୍ଗସମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଅଭିନ୍ଦନ ଜଣାଇଛନ୍ତି । ପୁଅ ରାମ ଚରଣ ସୋସିଆଲ ମିଡିଆ ମାଧ୍ୟମରେ ସ୍ପେସାଲ ବଧାଇ ଜଣାଇବାସହ ଇନଷ୍ଟଗ୍ରାମରେ ବାପାଙ୍କସହ ତାଙ୍କର ଫୋଟ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଫୋଟଟି ଭାଇରାଲ ହେବାରେ ଲାଗିଛି ।
-ଆସନ୍ତୁ ଜାଣିବା ଚିରଞ୍ଜିବଙ୍କ ସମ୍ପର୍କରେ –
ଚିରଞ୍ଜାବଙ୍କ ପୁରାନାମ କୋଣିଦେଲା ଶିବ ଶଙ୍କର ବର ପ୍ରସାଦ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଆକ୍ଟର ଚିରଞ୍ଜିବ ରାଜନୀତିରେ ମଧ୍ୟ ସକ୍ରୀୟ ଥିଲେ । ସୁଚନାଯୋଗ୍ୟ, ତାଙ୍କର ଆଗାମୀ ଫିଲ୍ମ “ସାଇ ରା ନରସିଂହ ରେଡ୍ଡୀ” ପାଇଁ ସେ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ତେଲୁଗୁ ସହ ତାମିଲ , ହିନ୍ଦୀ, ମାଲୟଲାମ ଆଦି ବିଭିନ୍ନ ଭାଷାରେ ଅଭିନୟ କରିଛନ୍ତି । ୧୯୭୮ ମସିହାରେ ପୁନାଧିରାଲୁ ଫିଲ୍ମ ଜରିଆରେ ଟଲିଉଡରେ ଏଣ୍ଟ୍ରି ମାରିଥିବା ଏହି ଷ୍ଟାର ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି ।