୬୫ ବର୍ଷର ବୃଦ୍ଧ ୭ବର୍ଷର ନାବାଳିକାକୁ ଦୃଷ୍କର୍ମ ଅଭିଯୋଗରେ ଗିରଫ
ପାରଳାଖେମୁଣ୍ଡ (ଯୁଗାବ୍ଦ ନ୍ୟୁଜ୍): – ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ୬୫ବର୍ଷର ଜଣେ ବୃଦ୍ଧ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ପୋଲିସ ଏସଡିପିଓ ଠାକୁର ପ୍ରସାଦ ସିଂ ସୂଚନା ଦେଇ କହିଛନ୍ତି,ପାରଳାଖେମୁଣ୍ଡି ସହରର ନୁଆ କାମ୍ପ ସାହିରେ ରହୁଥିବା ଜଣେ ୭ବର୍ଷର ନାବାଳିକାକୁ ସେହି ସାହିର ୬୫ବର୍ଷର ବୃଦ୍ଧ ବାରିକ ପ୍ରଧାନ ଗତ କାଲି ରାତ୍ରରେ ଚକଲେଟ ଲୋଭ ଦେଖାଇ ତାର ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏଥିନେଇ ନାବାଳିକାର ପରିବାର ପକ୍ଷରୁ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ଏଥିରେ ପୋଲିସ ୬୭/୧୯ରେ ମକଦ୍ଦମା ରୁଜୁ କରି ସମ୍ପୃକ୍ତ ବୃଦ୍ଧାକୁ ଗିରଫ କରିଥିଲେ ।


