୬୬ମାଗଣା କର୍କଟ ନିରୁପଣ ଓ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସ୍ଥାନୀୟ ତ୍ରିରଙ୍ଗା ସେବା ସଂଘ ଓ ଏଚ.ସି.ଜି ପଣ୍ଡା କ୍ୟାନସର ହସପିଟାଲର ମିଳିତ ସହଯୋଗରେ ଶୁକ୍ରବାର ହିଞ୍ଜିଳିକାଟୁ ପୌରାଂଚଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମାଗଣା କର୍କଟ ନିରୁପଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାରର ଗଂଜାମ ଜିଲ୍ଲା ସଂଯୋଜକ ତଥା ପ୍ରାକ୍ତନ ଇତିହାସ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ. ବୃନ୍ଦବନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼ଃ. ମିଶ୍ର କର୍କଟ ରୋଗରୁ କିଭଳି ରକ୍ଷା ପାଇ ବର୍ତମାନ କିଭଳି ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରୁଛନ୍ତି ସେ ନେଇ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ । ପଣ୍ଡା କ୍ୟାନସର ହସପିଟାଲର ବିଭାଗୀୟ ମୁଖ୍ୟ ଡ଼ାକ୍ତର ରଂଜିତ କର୍ ଯୋଗଦେଇ ଉପସ୍ଥିତ ୫୮ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଂଟନ କରିଥିଲେ । ପରେ କ୍ୟାନସର ରୋଗରୁ ରକ୍ଷା ପାଇବା ସକାଶେ କେଉଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ ସେ ନେଇ ସଚେତନ କରାଇଥିଲେ । ତ୍ରିରଙ୍ଗା ସେବା ସଂଘ ସଭାପତି ରଂଜନ କୁମାର ସାହୁ, ଉପସଭାପତି ପ୍ରଭାତ ମହାରଣା, ସମ୍ପାଦକ କିରଣ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଘ ସଦସ୍ୟ ଶିପୁନ ପାଠି, କାହ୍ନୁ ଗୌଡ଼, ସରୋଜ ପାତ୍ର, ପ୍ରୀତମ ସାହୁ, ଶିବଶମ୍ଭୁ ଗୌଡ଼, ଅନାଦିସ ପାଣିଗ୍ରାହୀ, ନିଂଜନ ସାହୁ, ଶିବ ବାଡ଼ତ୍ୟା, ସୁମନ ସାହୁ, ବିଘ୍ନଜିତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ