୬୬ ଓ ୬୯ନଂ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ ଅନୁଷ୍ଠିତ
ହାଟଡ଼ିହି, : ବିଦ୍ୟାଧରପୁର ଜଳସମ୍ପଦ ଉପଖଣ୍ଡ ପକ୍ଷରୁ ଆଜି ୬୬ ନଂ ଜୟଶ୍ରୀରାମ ପାଣିପଞ୍ଚାୟତ ଓ ୬୯ନଂ କ୍ଷେତ୍ରପାଳ ପାଣିପଞ୍ଚାୟତର ଚକକମିଟି ପାଇଁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଯାଇଛି । ଛେନାପଦି ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ କନିଷ୍ଠଯନ୍ତ୍ରୀ ସେନାପତି ନାୟକ, ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ୬୬ ନଂ ଜୟଶ୍ରୀରାମ ପାଣିପଞ୍ଚାୟତ ୧୪ଟି ଆଉଲେଟ ପାଇଁ ୧୪ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୬୯ନଂକ୍ଷେତ୍ରପାଳ ପାଣିପଞ୍ଚାୟତର ୧୭ଟି ଆଉଟଲେଟ ପାଇଁ ୧୭ଜଣ ଚାଷୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବାରୁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ôଥମାନେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ଏହି ନିର୍ବାଚନରେ ୬୬ନଂ ପାଣିପଞ୍ଚାୟତର ରଙ୍ଗଲତା ବେହେରା, ଶଶିକାନ୍ତ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ସେନାପତି, ହୃଷିକେଶ ରାଉତ, ନିରଞ୍ଜନ ବିଶ୍ୱାଳ, ଶାନ୍ତିଲତା କୁଅଁର, ମାର୍କଣ୍ଡ ପ୍ରସାଦ ରାଉତ, ମାର୍କଣ୍ଡ ଚରଣ ଜେନା, ସଂଯୁକ୍ତା ଚକ୍ର, ଦୟାନିଧି ସା, ଲିପସାରାଣୀ ଜେନା, ଲମ୍ବୋଦର ସେନାପତି, ରାଜେନ୍ଦ୍ର ରାଉତ ୬୯ନଂ ପାଣି ପଞ୍ଚାୟତ ପାଇଁ ମାଳତୀ ଗିରି, ସୁଦର୍ଶନ ବେହେରା, ଅଲେଖ ପେରେଇ, ସତ୍ୟବ୍ରତ ସାହୁ, ସଂଯୁକ୍ତା ଜେନା, ମମତା ମହାପାତ୍ର, ସ୍ମିତରଞ୍ଜନ ଜେନା, ନାରାୟଣ ବେହେରା, ମକର ସା, ବୁଦ୍ଧଦେବ ସେଠୀ, ଗଦାଧର ଭୁତିଆ, ଲକ୍ଷ୍ମୀପ୍ରୀୟା ସୁତାର, ପର୍ଶୁରାମ ରାଉତ, ଶାନ୍ତି ମହାନ୍ତି, ଗୁରୁଚରଣ ରାଉତ, ଶରତ ପାତ୍ର, ନଗେନ ସା ପ୍ରମୁଖ ଚାଷୀମାନେ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ନନ୍ଦିପଦା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।