୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବୁଗୁଡା,(ଅନିଲ କୁମାର ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡ ସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅକ୍ଟୋବର ୭ ତାରିଖରେ ପାଳିତ ହୋଇଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ଏବଂ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗଦେଇଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା, ଆସିକା ଓ ସୋରଡ଼ା ବନାଞ୍ଚଳ ଅଧିକାରୀ, ସମସ୍ତ ବନପାଳ,ବନରକ୍ଷୀ, ପାରାଫରେଷ୍ଟର, ବନ୍ୟ ସଂରକ୍ଷଣ ସମିତି ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଡ଼ିଏଫଓ ଶ୍ରୀ ବେହୁରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେଯେ ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ବାସସ୍ଥାନ। ସେମାନଙ୍କ ବାସସ୍ଥାନ ସୁରକ୍ଷିତ ରହିଲେ ସେମାନେ ମଧ୍ୟ ସୁରକ୍ଷିତ ରହିବେ। ସେଥିପାଇଁ ସମସ୍ତ ବ୍ୟକ୍ତି ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆନ୍ତରିକ ଉଦ୍ୟମ କଲେ ପରିବେଶ ସୁରକ୍ଷିତ ରହିବା ସହ ଆମ ମାନବ ସମାଜ ମଧ୍ୟ ଉପକୃତ ହୋଇପାରିବ।ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା କରିବାକୁ ଶପଥ ପାଠ କରିଥିଲେ। ଅପରାହ୍ନରେ ବୁଦ୍ଧଖୋଲ ଇକୋ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ