୬୭ତମ ଜାତୀୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ କୁସୁମୀ ଆଦର୍ଶ ବିଦ୍ୟାଳୟ ସୁମନ
କୁକୁଡ଼ାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଆସନ୍ତା ଡିସେମ୍ବର ୨୪ ରୁ ୨୯ ତାରିଖ ଯାଏଁ ମହାରାଷ୍ଟ୍ର ର ଆକୋଲା ଠାରେ ଅନୁଷ୍ଠିତ ହେବାକୁ ଯାଉଛି ୬୭ତମ ଜାତୀୟ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ କୁକୁଡ଼ାଖଣ୍ଡି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁସୁମୀ ର ଛାତ୍ର ସୁମନ ଗୌଡ଼ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି । ସୁମନ ପୁରୀରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଦର୍ଶ ବିଦ୍ୟାଳୟ କୁସୁମୀର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଧୁସୂଦନ ମିଶ୍ର, ଭାରାପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମହାରଣା ଏବଂ ଜାତୀୟ ରେଫେରି ତଥା ପ୍ରଶିକ୍ଷକ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଆଶା ପ୍ରକାଶ କରିଛନ୍ତି ।