୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ- ୨୦୨୨ରେ କରଞ୍ଜିଆ ର ଦୀପକ ପୃଷ୍ଟି ପୁରସ୍କୃତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଷ୍ଠାପର ସେବା ତଥା ଦକ୍ଷତା ପାଇଁ ଉତ୍ସର୍ଗୀକୃତ ରେଳ କର୍ମଚାରୀ ଏବଂ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟଗୁଡ଼ିକୁ ପୁରସ୍କୃତ କରିଛନ୍ତି । ଦେଶର ବିଭିନ୍ନ ରେଳ ଜୋନର ମୋଟ ୧୫୬ ଜଣ କର୍ମଚାରୀ ନିଜର ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ରେଲୱେ, ଉତ୍ପାଦନ ୟୁନିଟ୍ ଏବଂ ରେଲୱେ ପିଏସୟୁ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ପାଇଁ ୨୧ ଟି ସିଲ୍ଡ ଦେଇ ପୁରସ୍କୃତ କରାଯାଇଛି।ପୂର୍ବତଟ ରେଳବାଇ ର ସହକାରୀ ସିଗନାଲ ଇଞ୍ଜିନିୟର ଭାବେ କଟକ ରେ ଅବସ୍ଥାପିତ କରଞ୍ଜିଆ ମାଟିର କୃତି ସନ୍ତାନ ଦୀପକ କୁମାର ପୃଷ୍ଟି ଙ୍କୁ ଏହି ଅବସର ରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ମେଡାଲ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ତାଙ୍କ ଏହି ପୁରସ୍କାର ପାଇବା ପରେ କରଞ୍ଜିଆ ରେ ଆନନ୍ଦର ଲହରୀ ଖେଳିଯାଇଛି ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ଟ୍ରାକମ୍ୟାନ୍ , ରେଳବାଇରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସମ୍ମାନଜନକ କାର୍ଯ୍ୟ ପାଇଁ ୨୮ ଜଣ ପୁରସ୍କୃତ ହୋଇଛନ୍ତି । ଯେଉଁଥିରେ ୮ ଜଣ ଟ୍ରାକମ୍ୟାନ୍ ସାମିଲ ଅଛନ୍ତି । ରେଳବାଇ ପରିଚାଳନା ଓ ସମ୍ପତ୍ତିର ଉନ୍ନତ ରକ୍ଷଣାବେକ୍ଷଣ  ପାଇଁ କରାଯାଇଥିବା ଆଦର୍ଶ କାର୍ଯ୍ୟ ନିମନ୍ତେ ୪୨ ରେଳବାଇ କର୍ମଚାରୀ,  ନୂତନ ଉଦ୍ଭାବନ ପାଇଁ ୨୮ କର୍ମଚାରୀଙ୍କୁ,  ରୋଜଗାରର ବୃଦ୍ଧି ସହ ଟିକେଟ୍ ବିହୀନ ଯାତ୍ରା ଓ ଚୋରି ରୋକିବା ଇତ୍ୟାଦି ପାଇଁ ୧୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ରେକର୍ଡ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ୧୨ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩୩ ରେଲୱେ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ